ଶୀତଦିନେ ନଗାଧୋଇଲେ ଏହିସବୁ ଲାଭ ମିଳିଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ଶୀତଦିନେ ନଗାଧୋଇଲେ ଏହିସବୁ ଲାଭ ମିଳିଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ ଭଲ ଶୀତ ହେଉଛି। ଅନେକ ସ୍ଥାନରେ ପାରଦ ତିନି ଚାରି ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଉଛି। ଏମିତି ସ୍ଥିତିରେ ଅନେକ ଲୋକ ନିଶ୍ଚିତ ଭାବେ ଗାଧୋଇବା ପାଇଁ ପସନ୍ଦ କରୁ ନଥିବେ। ସେଥିପାଇଁ ସେମାନଙ୍କୁ କେହି କେହି ଟାହିଟାପରା ମଧ୍ୟ କରୁଥିବେ। ତେବେ ଏଥିରେ ସେମାନେ ଆଦୌ ମନଦୁଃଖ କରିବା ଉଚିତ୍ ନୁହେଁ। କାରଣ ଶୀତ ଋତୁରେ ପ୍ରତିଦିନ ନଗାଧୋଇଲେ କୌଣସି ସମସ୍ୟା ନାହିଁ। ଓଲଟି ଏଥିଯୋଗୁ କିଛି ଫାଇଦା ମିଳିଥାଏ। କିନ୍ତୁ ଏ ସମ୍ପର୍କରେ ବହୁ ଲୋକଙ୍କର ଧାରଣା ନାହିଁ। ତେଣୁ ଯେଉଁମାନେ ଶୀତ ଦିନେ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଦୁଇ ତିନି ଦିନରେ ଥରେ ଗାଧୋଇବାରେ କୌଣସି ଅସୁବିଧା ନାହିଁ। ତା’ହେଲେ ଆସନ୍ତୁ ଜାଣିବା ଏଥିଯୋଗୁ କି ଲାଭ ମିଳିଥାଏ।

୧. ଶୀତଦିନେ ବହୁ ଲୋକ ଗାଧୋଇବା ପାଇଁ ଗରମ ପାଣି ବ୍ୟବହାର କରନ୍ତି। ଗରମ ପାଣି ଓ ସାବୁନ୍‌ ସ୍କିନ୍‌ର ମଶ୍ଚ୍ୟୋର୍‌କୁ ନଷ୍ଟ କରି ଦେଇଥାଏ। ଆଉ ଏହା ସ୍କିନ୍‌ ପାଇଁ ଭଲ ନୁହେଁ। ପ୍ରତିଦିନ ନଗାଧୋଇଲେ ସ୍କିନ୍‌ର ମଶ୍ଚ୍ୟୋର୍‌ ଲେବଲ୍ ଠିକ୍‌ ରହେ। ଦୁଇ ତିନି ଦିନରେ ଥରେ ଗାଧୋଇଲେ ସ୍କିନ୍‌ ଡ୍ରାଏନେସ୍‌ରୁ ହେଉଥିବା ବିଭିନ୍ନ ସମସ୍ୟାର ଆଶଙ୍କା କମ୍‌ ହୋଇଥାଏ।

୨. ଗାଧୋଇଲେ ତ୍ୱଚାରେ ବ୍ୟାକ୍ଟେରିଆଙ୍କର ବୃଦ୍ଧି ହୋଇନଥାଏ। କିନ୍ତୁ ତ୍ୱଚାରେ ଉଭୟ ଭଲ ଓ ଖରାପ ବ୍ୟାକ୍ଟେରିଆ ଥାଆନ୍ତି। ପ୍ରତିଦିନ ଗାଧୋଇବା ଦ୍ୱାରା ଖରାପ ସହିତ ଭଲ ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ ହୋଇଯା’ନ୍ତି। ଏଣୁ ତ୍ୱଚା ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।

୩. ଶୀତଦିନେ ଝାଳ କମ୍‌ ବାହାରିଥାଏ। ଏହା ସହିତ ମୋଟା ପୋଷାକ ପିନ୍ଧିବା କାରଣକୁ ତ୍ୱଚାକୁ ସୁରକ୍ଷା ମିଳିଥାଏ। ଏଥିପାଇଁ ଯଦି ଆପଣ ଦୁଇ କିମ୍ୱା ତିନି ଦିନ ଧରି ଗାଧୋଉନାହାନ୍ତି, ତଥାପି ତ୍ୱଚା ସଫା ରହିଥାଏ।

୪. ସେହିପରି ଗାଧୋଇବା ସମୟରେ ପ୍ରଦିଦିନ ଟାୱେଲ୍‌ରେ ତ୍ୱଚାକୁ ପୋଛିବା ଯୋଗୁଁ ତ୍ୱଚା ଶୁଷ୍କ ହୋଇଯାଏ ଓ କୁଣ୍ଡାଇ ହୁଏ।

ମନେ ରଖନ୍ତୁ

ଶୀତଋତୁରେ ପ୍ରତିଦିନ ନଗାଧୋଇଲେ ମଧ୍ୟ ଉଷୁମ ପାଣିରେ ପାଦ, ହାତ ଓ ମୁହଁକୁ ସଫା କରନ୍ତୁ ଓ କିଛି ଭଲ କ୍ରିମ୍ ବ୍ୟବହାର କରନ୍ତୁ।

 



from Odisha Reporter https://ift.tt/2FlG85p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages