ଖୋଲିଲା ରାଜଭବନ ପୁଷ୍ପ ଉଦ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ଖୋଲିଲା ରାଜଭବନ ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଗତକାଲିଠାରୁ ଖୋଲାଯାଇଛି ରାଜଭବନ ପୁଷ୍ପ ଉଦ୍ୟାନ। ସେଠାରେ ବୁଲି ଭଳିକି ଭଳି ଫୁଲ, ଗଛ ଓ ଫାଉଣ୍ଟେନ୍ ଆଦି ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ହରିଣ ପାର୍କ ଓ ଆକ୍ୱାରିୟମ୍ ମଧ୍ୟ ସ୍ୱତନ୍ତ୍ର ଆକର୍ଷଣ ସୃଷ୍ଟି କରୁଛି। ଲୋକେ ଏଭଳି ସୁନ୍ଦର ପରିବେଶରେ ପ୍ରିୟ ପରିଜନଙ୍କ ସହ ସେଲ୍‌ଫି ନେବାକୁ ହାତଛଡ଼ା କରୁନାହାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଗତକାଲି ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦର୍ଶକଙ୍କୁ ଭେଟିବା ସହ କୁନିକୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ।  ଆସନ୍ତା ୧୯ ତାରିଖ ଯାଏ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲା ରହିବ।

ପ୍ରତିଦିନ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୫ଟା ଯାଏ ରାଜଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ଛାତ୍ରଛାତ୍ରୀମାନେ ଜାନୁୟାରୀ ୬ରୁ ୨୧ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟେକ ସକାଳ ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ରାଜଭବନ ଉଦ୍ୟାନ ବୁଲିପାରିବେ।

 

 

 



from Odisha Reporter https://ift.tt/2QT4Z60

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages