ଆଖି ପିଛୁଳାକେ ଜଳିଗଲା ୪ ପାଳଗଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ଆଖି ପିଛୁଳାକେ ଜଳିଗଲା ୪ ପାଳଗଦା

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର):  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପାନନୂଆଗାଁରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ଧାନ ବସ୍ତା ସହ ୪ ପାଳଗଦା ଜଳିଗଲା । ବିଦ୍ୟୁତ୍‌ ଖୁଣ୍ଟରେ ସର୍ଟ ସର୍କିଟ ଯୋଗୁଁ ଏପରି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗାଁର ଇନ୍ଦ୍ର ପ୍ରଧାନ, ବିଦେଶୀ ପ୍ରଧାନ, ହରଷ ପ୍ରଧାନ ଓ  ରମେଶ ପଲେଇଙ୍କ ଖଳା ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରେ ସ୍ପାର୍କ ହୋଇଥିଲା। ଫଳରେ ଖଳାରେ ଥିବା ପାଳ ଗଦା ଉପରେ ନିଆଁ ପଡିଥିଲା। ଏହି ନିଆଁ ଆଖି ପିଛୁଳାକେ ନିକଟରେ ଥିବା ସମସ୍ତ ପାଳଗଦାକୁ  ବ୍ୟାପିଯାଇଥିଲା l ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲେ ।

ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ମଟରରେ ତ୍ରୁଟି ଦେଖାଯିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା।  କିଛି ସମୟ ପରେ ମଟର ଚାଲିବା ବେଳକୁ ସଵୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ପୋଡ଼ି ହୋଇଯାଇଥିବା ଧାନ କେତେ ପରିମାଣର ତାହା ସ୍ପଷ୍ଟ ହୋଇନଥିବା ଜଣାପଡିଛି l



from Odisha Reporter https://ift.tt/2Tngnu2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages