ନୂଆଦିଲ୍ଲୀ: ଜେଏନୟୁରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମୁଖା ପିନ୍ଧିଥିବା ଦୁର୍ବୃତ୍ତମାନେ କ୍ୟାମ୍ପସରେ ଆତଙ୍କରାଜ କରିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତମାନଙ୍କୁ ପୁଲିସ୍ ଚିହ୍ନଟ କରିଥିଲେ ହେଁ ଏଯାଏ ଗିରଫ କରିପାରି ନାହିଁ।
ପୁଲିସ୍ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପରେ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଆଜି ସକାଳୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ କଥା ହୋଇଛନ୍ତି। ସେ ଶ୍ରୀ ବୈଜଲଙ୍କୁ ଜେଏନୟୁର ପ୍ରତିନିଧିଙ୍କ ସହ ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଦିଲ୍ଲୀ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ “ଜେଏନ୍ୟୁରେ ଗତକାଲି ଘଟିଥିବା ହିଂସା ଘଟଣାରେ ଆମେ ଏକାଧିକ ଅଭିଯୋଗ ପାଇଛୁ। ଆମେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ମଧ୍ୟରୁ କିଛି ଜଣଙ୍କୁ ଚିହ୍ନଟ କରିଛୁ। ଖୁବଶୀଘ୍ର ସେମାନଙ୍କୁ ଗିରଫ କରିବୁ। ଛାତ୍ରଛାତ୍ରୀମାନେ ଭୟଭୀତ ହୁଅନ୍ତୁ ନାହିଁ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।”
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୫୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ସନ୍ଧ୍ୟା ପ୍ରାୟ ୬.୩୦ରେ କ୍ୟାମ୍ପସରେ ପ୍ରବେଶ କରିଥିଲେ। ଏହାପରେ ସେମାନେ କ୍ୟାମ୍ପସରେ ଥିବା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ପୁଲିସ୍ କ୍ୟାମ୍ପସ ବାହାରେ ଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ଚେଷ୍ଟା କରି ନଥିଲା।
କିଛି ପ୍ରଫେସର ଛାତ୍ରଛାତ୍ରୀଙ୍କୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ ହେଁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଜେଏନୟୁ ଛାତ୍ର ସଂସଦ ପକ୍ଷରୁ କୁହାଯାଇଛି ଯେ “ଆକ୍ରମଣକାରୀମାନେ ଅବିଭିପିର ଗୁଣ୍ଡା।”
ଜେଏନୟୁ ଛାତ୍ର ସଂସଦର ଉପ ସଭାପତି ସକେତ ମୁନ କହିଛନ୍ତି, “ପୁଲିସ୍ ରବିବାର ମଧ୍ୟାହ୍ଣରୁ ହିଁ କ୍ୟାମ୍ପସ ବାହାରେ ମୁତୟନ ହୋଇଥିଲା। କିନ୍ତୁ ଆକ୍ରମଣ ବେଳେ ସେମାନେ ଏହାକୁ ରୋକିବାକୁ ଚେଷ୍ଟା ହିଁ କରି ନଥିଲେ।”
from Odisha Reporter https://ift.tt/2sSeKtb
No comments:
Post a Comment