ସେ ଆନନ୍ଦ ପୁରସ୍କାରରେ ନଥାଏ: ତରୁଣକାନ୍ତି ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ସେ ଆନନ୍ଦ ପୁରସ୍କାରରେ ନଥାଏ: ତରୁଣକାନ୍ତି ମିଶ୍ର

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ମିଳିବ ଏହି ପୁରସ୍କାର। ଜଣେ ଆଇଏଏସ୍ ଅଫିସର୍‌ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବଦବୀରେ ରହିଥିଲେ ବି ସେ ନିରନ୍ତର ଭାବେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ। ଜଣେ ଉତ୍ତମ ପ୍ରଶାସକ ଭାବେ ଜଣାଶୁଣା ହୋଇଥିଲେ ହେଁ ସାହିତ୍ୟିକ ଭାବେ ମିଳିଥିବା ପରିଚୟକୁ ସେ ଅଧିକ ପସନ୍ଦ କରନ୍ତି ଓ ଏହି ପରିଚୟରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହାନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା ହେବା ପରେ ‘ଓଟିଭି’ର ‘ଖୋଲାକଥା’ କାର୍ଯ୍ୟକ୍ରମକୁ ସେ ଆସିଥିଲେ। ଏଥିରେ ସେ ତାଙ୍କ ପୁସ୍ତକ ଓ ସାହିତ୍ୟକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ତା’ହେଲେ ପଢନ୍ତୁ ସେ ତାଙ୍କ ଉତ୍ତରରେ କ’ଣ କହିଥିଲେ।  

ପ୍ରଶ୍ନ- ଭାସ୍ୱତୀ କହିଲେ କ’ଣ ? ସାଧାରଣ ଲୋକ ଏହାକୁ କେମିତି ବୁଝିବେ ?

ଉତ୍ତର: ଶବ୍ଦର ଅର୍ଥ ନବୁଝିଲେ ମଧ୍ୟ ଗପଟିର ସ୍ୱାଦ ଯଦି ଜଣେ ପାଇଲା, ତା’ ଭିତରେ ଥିବା ଆବେଗକୁ ଅନୁଭବ କରିପାରିବ। ‘ଭାସ୍ୱତୀ’ର ଅର୍ଥ ହେଉଛି ଉଜ୍ଜ୍ୱଳ ହୋଇଯିବା। ଏହି ଗଳ୍ପରେ ମୁଁ ସମ୍ପର୍କକୁ ନେଇ ବର୍ଣ୍ଣନା କରିଛି।

ପ୍ରଶ୍ନ- ଏହି ଗଳ୍ପ ମାଧ୍ୟମରେ ସମାଜକୁ କ’ଣ ସନ୍ଦେଶ ଦେବାକୁ ଚାହିଁଛନ୍ତି ?

ଉତ୍ତର: ସମ୍ପର୍କର ଅନେକଗୁଡ଼ିଏ ସୋପାନ ଅଛି। ଏହି କାହାଣୀରେ ଯେଉଁ ସମ୍ପର୍କ ଅଛି, ସେ ସମ୍ପର୍କଟି କେବଳ ଏକ ସ୍ଥୂଳ ଅର୍ଥରେ ନୁହେଁ, ଏହା ଏକ ବ୍ୟାପକ ଓ ସୂକ୍ଷ୍ମ ଅର୍ଥରେ ସମ୍ପର୍କ।

ପ୍ରଶ୍ନ- ଜଣେ ସାହିତ୍ୟିକ ପାଇଁ ପୁରସ୍କାର କେତେ ଜରୁରୀ ?

ଉତ୍ତର: ପୁରସ୍କାର ସାମୂହିକ ଭାବରେ ଖୁସି ଦିଏ। ଏହି ଖୁସି ଏକ ସୀମିତ ସମୟର। କିନ୍ତୁ ଯେବେ ଏକ ପାଠକୀୟ ସ୍ୱୀକୃତି ମିଳେ, ଯେମିତିକି ଜଣେ ଅଚିହ୍ନା ଲୋକଟିଏ ଆପଣଙ୍କ ଗପ ପଢ଼ି ପ୍ରଶଂସା କରେ, ସେ ଯେଉଁ ଆନନ୍ଦ କିମ୍ୱା ସନ୍ତୋଷ, ପୁରସ୍କାରରେ ନଥାଏ।

ପ୍ରଶ୍ନ- ସାହିତ୍ୟ ବାସ୍ତବ ନା କଳ୍ପନାକୁ ନେଇ ରଚନା କରାଯାଇଥାଏ ?

ଉତ୍ତର: ବାସ୍ତବ, ଅବାସ୍ତବ ଓ ଅତିବାସ୍ତବ- ଏସବୁକୁ ଏକାଠି ମିଶାଇଲେ ସାହିତ୍ୟ ହୁଏ। ଯେଉଁ ସାହିତ୍ୟରେ କିଛି କଳ୍ପନା ଓ କିଛି ବାସ୍ତବତା ରହିଛି, ତାହା ହିଁ ହୃଦୟଗ୍ରାହୀ ହୋଇଥାଏ।

ପ୍ରଶ୍ନ- ଏବେ ପାଠକ ସଂଖ୍ୟା ଓ ପୁସ୍ତକ ବିକ୍ରି ସଂଖ୍ୟା କମୁଛି କି ?

ଉତ୍ତର: ପୁସ୍ତକ ବିକ୍ରି ସଂଖ୍ୟା କମିନାହିଁ। ଆଗରୁ ଲୋକେ କେବଳ ବହି ପଢ଼ୁଥିଲେ। ଏବେ ପଢ଼ିବାର ଶୈଳୀ ବଦଳିଛି। ବହି ବଦଳରେ ଲୋକେ ମୋବାଇଲ୍‌, ଇ-ବୁକ୍‌ ଉପରେ ନିର୍ଭରଶୀଳ ହେଉଛନ୍ତି।

ପ୍ରଶ୍ନ-  ଆପଣ ସ୍କୁଲ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ। କାହାଠାରୁ ପ୍ରେରଣା ପାଇଥିଲେ? 

ଉତ୍ତର: ମୋର ମାଆ। ମାଆ ଚାହୁଁଥିଲେ ମୁଁ ଜଣେ ଲେଖକ ହୁଏ ଏବଂ ବାପା ଚାହୁଁଥିଲେ ମୁଁ ଜଣେ ଆଇଏଏସ୍‌ ଅଫିସର ହୁଏ।

ପ୍ରଶ୍ନ- ସାହିତ୍ୟ ସର୍ଜନାକୁ ନେଇ ଜଣେ କ୍ୟାରିଅର୍‌ କରିପାରିବ କି ?

ଉତ୍ତର: ଦୁଃର୍ଭାଗ୍ୟର କଥା ଓଡ଼ିଶାରେ କେହି ଜଣେ ସାହିତ୍ୟକୁ ନେଇ ବଞ୍ଚିପାରିବ ନାହିଁ। ତାକୁ ପେଟ ପୋଷିବା ପାଇଁ କିଛି ନା କିଛି କରିବା ପାଇଁ ପଡ଼ିବ।

ପ୍ରଶ୍ନ- ଅନେକ ଲେଖକ ସରକାରଙ୍କ ଭୁଲତ୍ରୁଟିକୁ ନେଇ ରଚନା ଲେଖନ୍ତି ନାହିଁ ?

ଉତ୍ତର: ଏ କଥା ମୋ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଗୋଟିଏ ବର୍ଷରେ ମୋର ତିନିଥର ବଦଳି ହୋଇଥିଲା। ଏପରିକି ମୋ ଝିଅ ଏଥିପାଇଁ ଗୋଟିଏ ବର୍ଷ ସ୍କୁଲ ଯାଇପାରି ନଥିଲା। କିନ୍ତୁ ମୁଁ ଚୁପ୍‌ ରହି ନଥିଲି ଓ ଲେଖିଥିଲି।

ପ୍ରଶ୍ନ- ପ୍ରେମ ଲେଖାକୁ ନେଇ କିଛି ଗାଳିଗୁଲଜ ଖାଇଛନ୍ତି କି ?

ଉତ୍ତର: ‘ଅଜଣା ତିଥିର ଜହ୍ନ’ ଗପକୁ ନେଇ ଅନେକ ଗାଳି ଖାଇଛି। ଏହି ଗପ ପ୍ରକାଶ ପାଇବା ପରେ ମୁଁ ୮୦ରୁ ଅଧିକ ଚିଠି ପାଇଥିଲି। କିଛି ପାଠକ ପ୍ରଶଂସା କରିଥିଲେ, କିନ୍ତୁ କିଛି ପାଠିକା ଉତ୍‌କ୍ଷିପ୍ତ ହୋଇ ମୋତେ ଚିଠି ଲେଖିଥିଲେ।

ପ୍ରଶ୍ନ- ଓଡ଼ିଶାରେ ଓଡ଼ିଆ ଭାଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି କି ?

ଉତ୍ତର: ନା, ଏଥିପ୍ରତି ସରକାର ଅବହେଳା କରୁଛନ୍ତି।



from Odisha Reporter https://ift.tt/37FUTMJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages