ଭୀମା କୋରେଗାଓଁ ଘଟଣାର ସମୀକ୍ଷା ଆରମ୍ଭ କଲେ ମହାରାଷ୍ଟ୍ର ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ଭୀମା କୋରେଗାଓଁ ଘଟଣାର ସମୀକ୍ଷା ଆରମ୍ଭ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ପୂର୍ବ ବିଜେପି ସରକାର ସମୟରେ ୨୦୧୮ ଭୀମା କୋରେଗାଓଁ ହିଂସକାଣ୍ଡ ଘଟଣାରେ ୧୦ ଜଣ ସ୍ୱେଚ୍ଛାସେବୀଙ୍କୁ ଜେଲଦଣ୍ଡ ହୋଇଛି। ଏବେ ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ନେତୃତ୍ୱାଧୀନ ସରକାର ଏହି ମାମଲାର ସମୀକ୍ଷା ଆରମ୍ଭ କରିଛନ୍ତି। ଏନେଇ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ପୁଣେ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇ ଡକାଇ ବୈଠକ କରିଛନ୍ତି।

ଜେଲରେ ଥିବା ସ୍ୱେଚ୍ଛାସେବୀଙ୍କ ସମ୍ପର୍କରେ ପୁଲିସ୍‌ ଠାରୁ ଶ୍ରୀ ଦେଶମୁଖ ସମସ୍ତ ତଥ୍ୟ ସଂଗ୍ରହ କରିବେ। ଏହାପରେ ସେ ଏହି ମାମଲା ଉପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ବିଜେପିକୁ ଜେଲରେ ଥିବା ସ୍ୱେଚ୍ଛାସେବୀମାନେ ବାରମ୍ବାର ବିରୋଧ କରୁଥିଲେ। ଏଥିପାଇଁ ସେମାନଙ୍କୁ ଅର୍ବାନ ନକ୍ସଲ ଭାବେ ଚିତ୍ରଣ କରି ବିଜେପି ସରକାର ଜେଲରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ରର ଏକ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ଶ୍ରୀ ଦେଶମୁଖ କହିଛନ୍ତି, “ପୂର୍ବ ସରକାର ସେମାନଙ୍କ ସହ ଏକମତ ହେଉ ନଥିବା ଲୋକଙ୍କୁ ଅର୍ବାନ ନକ୍ସଲ ନାଁରେ ନାମିତ କରୁଥିଲା। କିନ୍ତୁ ବର୍ତ୍ତମାନର ଶିବସେନା-କଂଗ୍ରେସ-ଏନିସିପି ଏହାକୁ ଆଗକୁ ନେବନାହିଁ। ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ। କାରଣ ଏ ମେଣ୍ଟ ସରକାର ଗଣତନ୍ତ୍ରରେ ବିଶ୍ୱାସ କରେ।

ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ମତ ରଖିବାର ଅଧିକାର ରହିଛି। ଏବେ ଆମେ ଭୀମା କୋରେଗାଓଁ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ଆଲୋଚନା କରୁଛୁ। ଆମେ ଅଫିସରମାନଙ୍କ ଦ୍ୱାରା ଆଲୋଚନା କରି ଏହା ଉପରେ ପରବର୍ତ୍ତୀ ନିଷ୍ପତ୍ତି ନେବୁ।”

ବ୍ରିଟିଶ ସମୟର ଯୁଦ୍ଧ ପୂର୍ତ୍ତିକୁ ପାଳନ କରିବା ପାଇଁ ଦଳିତ ସଂପ୍ରଦାୟ ପକ୍ଷରୁ ୨୦୧୮ ଜାନୁଆରୀ ୧ରେ ପୁଣେରେ ଥିବା ଭୀମା କୋରେଗାଓଁରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ତେବେ ୨୦୧୭ ଡିସେମ୍ବର ୩୧ରେ ଏଲଗାର ପରିଷଦରେ ଭାଷଣ ଦେଇଥିବା ବୁଦ୍ଧିଜୀବୀମାନଙ୍କ ଭାଷଣ ପାଇଁ ହିଁ ଭୀମା କୋରେଗାଓଁରେ ହିଂସାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ୧୦ ଜଣ ପ୍ରଖ୍ୟାତ ସ୍ୱେଚ୍ଛାସେବୀଙ୍କୁ ଗିରଫ କରିଥିଲା। ତେବେ ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା କୁହାଯାଇଥିଲା।



from Odisha Reporter https://ift.tt/2tIRuOS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages