ମାର୍ଚ୍ଚ ପହିଲାରୁ ନିୟମ କଡ଼ାକଡ଼ି; ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ମାର୍ଚ୍ଚ ପହିଲାରୁ ନିୟମ କଡ଼ାକଡ଼ି; ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ। ପୁଣି ଥରେ କଡ଼ାକଡ଼ି ଭାବେ ଲାଗୁ ହେବ ଟ୍ରାଫିକ୍‌ ନିୟମ।   ବାଇକ୍‌ର ପଛ ସିଟ୍‌ରେ ବସିଲେ ବି ହେଲମେଟ୍ ପିନ୍ଧିବା ହେବ ବାଧ୍ୟତାମୂଳକ। ସେହିପରି କାର୍‌ର ସବୁ ଯାତ୍ରୀ ପିନ୍ଧିବେ ସିଟ୍ ବେଲ୍ଟ।

ଦିଲ୍ଲୀ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ଖୋଦ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ସେପଟେ ୩ ମାସର ସମୟସୀମା ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି କରାଯିବ ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜୋରିମାନା କମାଇବା ଲାଗି ବୈଠକରେ କୌଣସି ନିଷ୍ପତ୍ତି ହୋଇନି। ଏହା କେନ୍ଦ୍ରର ନିଷ୍ପତ୍ତି। ଏଥିରେ ରାଜ୍ୟ ହସ୍ତକ୍ଷେପ କରି ପାରିବ ନାହିଁ। କେନ୍ଦ୍ର ସମ୍ମତି ଦେଲେ ଜୋରିମାନା କୋହଳ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ କିନ୍ତୁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ପ୍ରତି ୩୦ କିଲୋମିଟର ମଧ୍ୟରେ ରହିବ ମୋବାଇଲ  ସ୍କ୍ୱାର୍ଡ।  ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଆର୍ଥିକ ସହାୟତା ମିଳିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।



from Odisha Reporter https://ift.tt/3aoVbtk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages