ମା’ କଣ ନିଜ କଅଁଳ ଛୁଆକୁ ଛାଡ଼ିଦେଇପାରେ, ହେଲେ କାହିଁକି ଏମିତି ଚରମ ନିଷ୍ପତ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ମା’ କଣ ନିଜ କଅଁଳ ଛୁଆକୁ ଛାଡ଼ିଦେଇପାରେ, ହେଲେ କାହିଁକି ଏମିତି ଚରମ ନିଷ୍ପତ୍ତି ?

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):ନିଜ ଦୁଇ ବର୍ଷର ଝିଅକୁ ଛାଡ଼ିବାର ଦିନକ ପରେ ମା’ ଆସିଲା। ସେହି ପିଲାର ମା ବୋଲି ପରିଚୟ ଦେଲେ। ହେଲେ ନିଜର କଁଅଳ ଶିଶୁକୁ ନେବା ପାଇଁ ଅକ୍ଷମତା ପ୍ରକାଶ କଲେ। ପିଲାର ଲାଳନପାଳନ ପାଇଁ ସେ ଅକ୍ଷମ ବୋଲି କହି ତାକୁ ସାଙ୍ଗରେ ନେବାକୁ ଅକ୍ଷମ ପ୍ରକାଶ କରିଛନ୍ତି। ଜଗତସିଂହପୁର ଜିଲ୍ଳାର ପ୍ରସିଦ୍ଧ ଶୈବପୀଠ ଗୋରେଖନାଥ ମନ୍ଦିର ପରିସରରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଘଟଣାରେ ଏବେ ଏମିତି ଖବର ଆସିଛି। ପିଲାଟିକୁ ଏବେ ଶିଶୁମଙ୍ଗଳ ସମିତି ନିକଟରେ ରଖାଯାଇଛି।

 

ସୂଚନାଯୋଗ୍ୟ ଯେ କଟକ ଜିଲ୍ଳା କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଜଣେ ମହିଳା ଗତ ୧୫ ତାରିଖଦିନ ଜଗତସିଂହପୁର ଜିଲ୍ଳାର ଗୋରେଖନାଥ ପୀଠରେ ତାଙ୍କର ୩ ବର୍ଷର ଝିଅକୁ ଛାଡି କେଉଁଆଡେ ପଳାଇଥିଲେ । ସ୍ଥାନୀୟ ଲୋକେ ଉକ୍ତ ଝିଅକୁ ପୁଲିସ ଉପସ୍ଥିତିରେ ଜଗତସିଂହପୁର ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ । ପରେ ଶିଶୁକନ୍ୟାକୁ ସ୍ଥାନୀୟ ଶିଶୁଆଶ୍ରମରେ ରଖାଯାଇଥିଲା । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ୧୬ ତାରିଖ ସଂଧ୍ୟାରେ ମହିଳା ଜଣକ ଜଗତସିଂହପୁର ଶିଶୁଆଶ୍ରମରେ ପହଞ୍ଚି ଝିଅକୁ ନେବା ପାଇଁ କହିଥିଲେ । ପ୍ରାୟ ୨ ଘଣ୍ଟା ଧରି ସମସ୍ତ ପ୍ରମାଣପତ୍ର ତନଖି କରାଯାଇଥିଲା। ପରେ ଶିଶୁଆଶ୍ରମ କର୍ତ୍ତୁପକ୍ଷ ଉଭୟ ମା’ ଓ ଝିଅକୁ ଶିଶୁମଙ୍ଗଳ ସମିତି ନିକଟରେ ହାଜର କରିଥିଲେ ଏବଂ ସମିତିର ନିଷ୍ପତ୍ତି କ୍ରମେ ଉଭୟଙ୍କୁ ଶିଶୁଆଶ୍ରମରେ ରଖାଯାଇଥିଲା ।

ତେବେ ଗତକାଲି ସମିତି ଅଧ୍ୟକ୍ଷା ବିଶ୍ୱେଶ୍ୱରୀ ମହାନ୍ତିଙ୍କ ସମେତ ଅନ୍ୟ ୩ ଜଣ ସଦସ୍ୟ ପିଲାର ମା ବୋଲି ଦାବି କରୁଥିବା ମହିଳାଙ୍କୁ କାଉନସିଲିଂ କରିବା ପରେ ଉପରୋକ୍ତ ନିଷ୍ପତ୍ତି ନେଇଥିଲେ । ସ୍ୱାମୀ ଘରଛାଡି ଫେରାର ହୋଇଯାଇଥିବାରୁ ମହିଳା ଜଣକ ମାନସିକ ଭାରସାମ୍ୟ ହରାଇଛନ୍ତି। ତେବେ ଝିଅକୁ ଫେରିପାଇଥିବାରୁ ଖୁସି ଅଛନ୍ତି । ହେଲେ ଅଧିକ କିଛି କହିପାରିବେ ନାହିଁ ବୋଲି ସମ୍ପୃକ୍ତ ମହିଳା ଜଣକ କହିଛନ୍ତି। ପରିସ୍ଥିତିକୁ ଦେଖି ଶିଶୁକନ୍ୟାକୁ ଏବେ ଶିଶୁ ମଙ୍ଗଳ ସମିତିର ହେପାଜତରେ ଶିଶୁଆଶ୍ରମରେ ରଖିବା ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅଧ୍ୟକ୍ଷା । 



from Odisha Reporter https://ift.tt/2R5kPfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages