ଘରେ ରହୁଛି; ଭାତ, ମାଣ୍ଡିଆ ଖାଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ଘରେ ରହୁଛି; ଭାତ, ମାଣ୍ଡିଆ ଖାଉଛି

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ସ୍ନେହ, ପ୍ରେମ ପାଇଲେ ଜଙ୍ଗଲି ଜନ୍ତୁ ବି ପୋଷା ମାନିଯାଆନ୍ତି। ସେମାନେ ବି ହିଂସ୍ର ଆଚରଣ ଭୁଲି ନିଜ ମାଲିକକୁ ଆନୁଗତ୍ୟ ଦେଖାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ଗ୍ରାମରେ।

ଏହି ଗ୍ରାମର ରାମଚନ୍ଦ୍ର ଅଞ୍ଜିରିୟା ନାମକ ବ୍ୟକ୍ତି ୨ ଦିନ ହେବ ଏକ ଭାଲୁ ଛୁଆକୁ ଜଙ୍ଗଲରୁ ଆଣି ପୋଷା ମନାଇ ରଖିଛନ୍ତି। ଭାଲୁ ଛୁଆଟି ମଧ୍ୟ ରାମଚନ୍ଦ୍ରଙ୍କ ପାଖରେ ଭାତ, ମାଣ୍ଡିଆ ଖାଇ ପଡ଼ି ରହିଛି।

ପୂରା ଘଟଣାଟି ଏହିପରି। ୨ ଦିନ ପୂର୍ବେ ରାମଚନ୍ଦ୍ର ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ସେଠାରେ ଏକ ଭାଲୁ ଛୁଆ ମରି ପଡ଼ିଥିବା ବେଳେ ଆଉ ଏକ ଛୁଆ ତା‘ ପାଖରେ ବୁଲୁଥିବା ଦେଖିବାକୁ ପାଇଲେ। ହେଲେ ସେମାନଙ୍କ ନିକଟରେ ମା’ ଭାଲୁ ନ ଥିଲା। ଏହାଦେଖି ସେ ଜୀବନ୍ତ ଛୁଆଟିକୁ ଧରି ଘରକୁ ପଳାଇ ଆସିଲେ।

ଏ ସମ୍ପର୍କରେ ରାମଚନ୍ଦ୍ର ଚିତ୍ରକୋଣ୍ଡା ବନବିଭାଗକୁ ଖବର ଦେଖିଥିଲେ। କିନ୍ତୁ ବନବିଭାଗ କର୍ମଚାରୀ ତତ୍ପରତା ନ ଦେଖାଇ ଜଙ୍ଗଲରେ ଭାଲୁକୁ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାଲୁ ଛୁଆଟି ସାନ ଥିବାରୁ ଜଙ୍ଗଲରେ ମରିଯିବ ସନ୍ଦେହ ପ୍ରକଟ କରି ରାମଚନ୍ଦ୍ର ତାକୁ ପାଖରେ ରଖିଥିଲେ। ଏବେ ଭାତ,ମାଣ୍ଡିଆ ଖାଇ ରାମଚନ୍ଦ୍ରଙ୍କ ଘରେ ରହିଥିବା ଭାଲୁ ଛୁଆଟି ତାଙ୍କ ପାଖ ଛାଡ଼ୁନି। ଅପରପକ୍ଷେ ତାକୁ ଦେଖିବାକୁ ବେଶ୍‌ ଗହଳି ଜମୁଛି।



from Odisha Reporter https://ift.tt/2ZN5HWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages