ଯାନ୍ତ୍ରିକ ତ୍ରୁଟି ଯୋଗୁ ୫ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ଯାନ୍ତ୍ରିକ ତ୍ରୁଟି ଯୋଗୁ ୫ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ

ରାଉରକେଲା (ପବନ ତିୱାରୀ): ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁରୀ-ହାତିଆ ତପସ୍ୱିନୀ ଏକ୍ସପ୍ରେସ ୨ଟି ଷ୍ଟେସନରେ ପ୍ରାୟ ୫ ଘଣ୍ଟା  ଅଟକି ରହିଥିଲା।   ଟ୍ରେନଟି ପ୍ରଥମେ  ଅନୁଗୋଳ ଷ୍ଟେସନରେ ୨ ଘଣ୍ଟା ଅଟକି ଥିବା ବେଳେ  ଏହାପରେ ସମ୍ବଲପୁର ଜିଲ୍ଲାର ବାମୁର ଷ୍ଟେସନ ନିକଟରେ ତିନି ଘଣ୍ଟା  ପଡ଼ି ରହିଥିଲା।  ଉକ୍ତ ଟ୍ରେନ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯାତ୍ରା କରୁଥିବା ସୂଚନା ମିଳିଛି। 

ଟ୍ରେନଟି ୫ ଘଣ୍ଟା ହେବ ଅଟକି ରହିଥିବା ନେଇ ରେଳ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ଜୁଏଲ ଓରାମ। ଜୁଏଲଙ୍କ ସହ RSSର କ୍ଷେତ୍ର ସଂପର୍କ ଅଧିକାରୀ ପ୍ରସନ୍ନ ମିଶ୍ର ମଧ୍ୟ ସେହି ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ଟ୍ରେନ୍‌ ବିଳମ୍ବ ହେବା ଦୁର୍ଭାଗ୍ୟଜନକ ବୋଲି ଜୁଏଲ କହିବା ସହ ଅସନ୍ତୋଷ ପ୍ରକଟ କରିଥିଲେ। ରେଳବାଇ ଅଧିକାରୀ ଏହାର ମରାମତି ନିମନ୍ତେ ତତ୍ପରତା ନ ଦେଖାଇବା  ଘଟଣାକୁ ସେ ସମାଲୋଚନା କରିବା ସହ ଏଥିଯୋଗୁ  ଶହ ଶହ ଯାତ୍ରୀ ହଇରାଣ ହେଉଥିବା ଟ୍ୱିଟରେ ଉଲ୍ଲେଖ କରିଥିଲେ।

ଏହାପରେ ରେଳ ବିଭାଗ ପକ୍ଷରୁ ଟ୍ରେନ୍‌ର ଇଞ୍ଜିନ ମରାମତି କାମ ଆରମ୍ଭ ହୋଇଥିଲା । ସକାଳ ପ୍ରାୟ ୯ଟା ପରେ ଟ୍ରେନ୍‌ଟି ବାମୁର ଷ୍ଟେଶନ ଛାଡ଼ିଛି। ଅନ୍ୟପକ୍ଷରେ ଟ୍ରେନ୍‌ ବିଳମ୍ବ ହେବା ଯୋଗୁ ଯାତ୍ରୀମାନେ ଅନ୍ତୋଷ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2FilN0T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages