ବିନା ହେଲମେଟରେ ବିଜେଡି କର୍ମୀଙ୍କ ବାଇକ୍‌ ରାଲିକୁ ନେଇ ହାଇକୋର୍ଟଙ୍କ ଜବାବତଲବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ବିନା ହେଲମେଟରେ ବିଜେଡି କର୍ମୀଙ୍କ ବାଇକ୍‌ ରାଲିକୁ ନେଇ ହାଇକୋର୍ଟଙ୍କ ଜବାବତଲବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରଠୁ ଯାଞ୍ଚ କଡ଼ା କଡ଼ି କରିଛି ପୁଲିସ୍‌। ଗହଳି ଭିତରୁ ପୁଲିସ୍‌ ଆଖିରେ ଧୂଳି ଦେଇ ଖସି ଯାଇପାରୁଥିବା ଉଲ୍ଲଂଘନକାରୀଙ୍କ ନିକଟରେ ପହଞ୍ଚି ଯାଉଛି  ଅଟୋମେଟିକ ଚାଲାଣ ।

କିନ୍ତୁ ଗତ ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିନା ହେଲମେଟ୍‌ରେ ଶତାଧିକ ଗାଡ଼ି ଧରି ରାଲି କରିଥିଲେ । ରାଲିରେ ବାଇକ୍‌ ପଛ ସିଟରେ ମଧ୍ୟ ବସିଥିବା ଦଳୀୟ ନେତା ଓ ସମର୍ଥକମାନେ ହେଲମେଟ ପିନ୍ଧିନଥିଲେ। ଏସବୁ କାଣ୍ଡ ପୁଲିସ୍‌ ଆଖି ଆଗରେ ଘଟିଥିଲେ ମଧ୍ୟ ଚାଲାଣ କାଟିବାରେ ପଛ ଘୁଞ୍ଚା ଦେଉଛି ପୁଲିସ୍‌।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଲି, ଧାରଣା ଓ ବିକ୍ଷୋଭ ସମୟରେ ରାଜ୍ୟ ପୁଲିସ୍‌ର ପଦକ୍ଷେପ ପ୍ରସଙ୍ଗରେ ହାଇକୋର୍ଟ କରିଛନ୍ତି ଜବାବ ତଲବ । ଖାସ କରି ଗତ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ମୋଟରସାଇକେଲ ରାଲି ପ୍ରସଙ୍ଗରେ ଜବାବ ତଲବ କରିଛନ୍ତି ହାଇକୋର୍ଟ । ପୁଲିସ୍‌ରେ ସଂସ୍କାର ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଏହି ଜବାବ ତଲବ କରିଛନ୍ତି ।

ଏହି ମାମଲାର ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଆଧାରରେ ଜବାବ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଆସିକସ୍‌କ୍ୟୁରୀ ଗୌତମ ମୁଖାର୍ଜୀ ଦର୍ଶାଇଥିଲେ, ଗତ ୨୬ତାରିଖରେ ବିଜେଡି ରାଲିରେ ଶହ ଶହ ଲୋକ ଯୋଗଦେଇଥିଲେ । ସେମାନେ  ବିନା ହେଲମେଟରେ ବାଇକ୍‌ ରାଲି କରୁଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କୁ ସୁରକ୍ଷା ଯୋଗାଇଥିବା ନେଇ ସେ ଦର୍ଶାଇଥିଲେ । ଆମିକସ୍‌କ୍ୟୁରୀଙ୍କ ରିପୋର୍ଟ ପାଇବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।



from Odisha Reporter https://ift.tt/2FejzzH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages