ଅନୁଗୋଳ/ବାରିପଦା(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟର ବିଭିନ୍ନ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୪୦ ଜଣ ବନବିଭାଗ କର୍ମଚାରୀଙ୍କ ବ୍ୟତିତ ସାମ୍ବାଦିକ ଓ ପରିବେଶପ୍ରେମୀ ନିୟୋଜିତ ହୋଇଛନ୍ତିା
ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବହୁ ବିରଳ ତଥା ବିଦେଶାଗତ ପକ୍ଷୀଙ୍କ ପ୍ରିୟ ସ୍ଥଳୀ ରୂପେ ମହାନଦୀ ରିଭର ସିଷ୍ଟମ ଜଣାଶୁଣା। ବିଶେଷ କରି ବ୍ରାହ୍ମଣୀ ଡକ୍, ଇଣ୍ଡିଆନ ସ୍କିମର, ବାର ହେଡେଡ଼ ଗିଜ ଆଦି ପ୍ରଜାତିର ପକ୍ଷୀଙ୍କ ସମାଗମ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହୋଇଥାଏ।
ପକ୍ଷୀ ଗଣନା ସହ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଏଠାରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଚାଲିବ। ଯେଉଁଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ତେବେ ପକ୍ଷୀ ଓ କୁମ୍ଭୀର ଗଣନା ସମୟରେ ମହାନଦୀ ରିଭର ସିଷ୍ଟମରେ ମାଛ ଧରିବା ନିମନ୍ତେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଜାନୁଆରୀ ମାସର ପ୍ରଥମ ୨ ସପ୍ତାହ ଯାଏ ପର୍ଯ୍ୟଟକମାନଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।
ସେହିପରି ଶିମିଳିପାଳ ଅଞ୍ଚଳରେ ଥିବା ଆଦ୍ର ଭୂମିରେ ବି ପକ୍ଷୀ ଗଣନା ଆରମ୍ଭ ହୋଇଛି। ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ତିନୋଟି ଫରେଷ୍ଟ ରେଞ୍ଜର ୧୦୦ରୁ ଅଧିକ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯିବ। ସାଇବେରିଆ ସମେତ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସି ଥାଆନ୍ତି। ପକ୍ଷୀଙ୍କ ସରଂକ୍ଷଣ, କେଉଁ ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ଏହି ଗଣନା କରାଯାଇଥାଏ। ରେଞ୍ଜ ଅଫିସର୍, ଫରେଷ୍ଟର ଓ ପକ୍ଷୀ ଗବେଷକ ଏହି ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି।
from Odisha Reporter https://ift.tt/2QJDg7E
No comments:
Post a Comment