ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଘନ କୁହୁଡ଼ି ଯୋଗୁ ମଝି ସମୁଦ୍ରରେ ଫସିଲା ଲଞ୍ଚ୍। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ତାଳଚୁଆରୁ ଚାନ୍ଦବାଲି ଯାଉଥିବା ଏକ ଲଞ୍ଚ୍ ଆଜି ସକାଳେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସମୁଦ୍ରରେ ଫସି ରହିଥିଲା। ସକାଳ ପ୍ରାୟ ୯ଟା ପରେ କୁହୁଡ଼ି କମିବାରୁ ଲଞ୍ଚ୍ଟି ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ଆଜି ସକାଳ ପ୍ରାୟ ୬ଟା ପୂର୍ବରୁ ତାଳଚୁଆରୁ ଏହି ଲଞ୍ଚଟି ବାହାରିଥିଲା। ଏହା ଚାନ୍ଦବାଲି ଅଭିମୁଖେ ଯାତ୍ରା କରୁଥିଲା। ହେଲେ ତାଳଚୁଆରୁ ବାହାରିବାର ପ୍ରାୟ ଅଧା ଘଣ୍ଟା ପରେ ଧାମରା ମୁହାଣ ନିକଟରେ ବାଟ ଜାଣି ନ ପାରି ଲଞ୍ଚ ଡ୍ରାଇଭର ସମୁଦ୍ର ମଧ୍ୟକୁ ପଶି ଯାଇଥିଲେ। କିଛି ବାଟ ଯିବା ପରେ ଏହା ଜାଣିପାରି ସେ ସେଠାରେ ଲଞ୍ଚ୍ଙ୍କୁ ଅଟକାଇ ରଖିଥିଲେ।
ଉକ୍ତ ଲଞ୍ଚ୍ରେ ଛୋଟ ଛୁଆଙ୍କ ସମେତ ବୟସ୍କ ବ୍ୟକ୍ତି ଓ ମହିଳାମାନେ ମଧ୍ୟ ଫସି ରହିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କୁହୁଡ଼ିର ମାତ୍ରା କମିବା ପରେ ଲଞ୍ଚ୍ଟି ଚାନ୍ଦବାଲି ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଥିଲା।
from Odisha Reporter https://ift.tt/3amjZT8
No comments:
Post a Comment