ହତ୍ୟା ପରେ ପାଳ ପକାଇ ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ହତ୍ୟା ପରେ ପାଳ ପକାଇ ଜାଳିଦେଲେ

ଆସିକା(ମନୋଜ ମୁନି):  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। । ଜଣେ  ଯୁବକଙ୍କୁ ହତ୍ୟା ପରେ ଦୁର୍ବୃତ୍ତମାନେ ପାଳ ପକାଇ ଜାଳି ଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। କବିସୂର୍ଯ୍ୟନଗର ପୁଲିସ୍‌ ଏହି ଘଟଣାର ଛାନଭିନ୍ କରୁଛି । ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ମୃତ ଯୁବକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ବେଳେ ତାଙ୍କ ପାଟିରେ ରୁମାଲ ବନ୍ଧାଯାଇଛି। ଏଥିସହ ବେକରେ ସୁନା ଚେନ ଥିବା ଦେଖିବାକୁ ମିଳିଛି।

କେଉଁ ଅଜଣା ସ୍ଥାନରେ ଯୁବକଙ୍କୁ ହତ୍ୟା ପରେ ସୁନାପଲ୍ଲୀ ଗ୍ରାମକୁ ଆଣି ପାଳ ପକାଇ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।  ଗ୍ରାମର କୌଣସି ବ୍ୟକ୍ତି ନିଖୋଜ ନ ଥିବା ବେଳେ ମୃତକଜଣକ ବାହାରର ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି।

ସୂଚନା ଥାଉକି, କିଛି ଦିନ ତଳେ ସେହି ସମାନ ସ୍ଥାନରେ ଦୁଇ ପ୍ରେମୀ ଯୁଗଳ ମଧ୍ୟ ଆତ୍ମହତ୍ୟା କରିଥିଲେ ।



from Odisha Reporter https://ift.tt/35XV1pp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages