ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳ୍ପନା ଛକ ଓଭରବ୍ରିଜ ନିକଟରେ ଥିବା ଫଳ ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମା’ ତାରିଣୀ ଭେଣ୍ଡିଂ ଜୋନ୍ରେ ଥିବା ୨୫ଟି ଫଳ ଦୋକାନ ଜଳିଯାଇଛି ।
ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ସାମଗ୍ରୀ ପୋଡ଼ିଯାଇଛି । ତେବେ ନିଆଁ କିପରି ଲାଗିଲା ସେ ସମ୍ପର୍କରେ କିଛି ଜଣା ପଡ଼ି ନାହିଁ।
from Odisha Reporter https://ift.tt/37oMeOO
No comments:
Post a Comment