ଓଡ଼ିଆ ସେନାଧିକାରୀ ଏବେ ସଦର୍ଣ୍ଣ ଆର୍ମି କମାଣ୍ଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 23, 2020

ଓଡ଼ିଆ ସେନାଧିକାରୀ ଏବେ ସଦର୍ଣ୍ଣ ଆର୍ମି କମାଣ୍ଡର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ସେନାଧିକାରୀଙ୍କୁ ମିଳିଲା ବଡ଼ ପଦବୀ । ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ।

ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍‌ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. ପି. ମହାନ୍ତି । ପୂର୍ବରୁ ଲେଫ୍ଟନାଣ୍ଟ କଲୋନେଲ୍ ଜେ. କେ. ମହାନ୍ତି ମଧ୍ୟ କମାଣ୍ଡର ହୋଇଥିଲେ । ତେବେ ଗତକାଲି ସଦର୍ଣ୍ଣ ସହ ନୂଆ ନଦର୍ଣ୍ଣ ଆର୍ମି କମାଣ୍ଡରଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର । ଲେଫ୍ଟନାଣ୍ଟ ଜେନେରାଲ୍ ଓ୍ୱାଇ.କେ ଯୋଶୀ ନଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି ।

କାର୍ଗିଲ ଯୁଦ୍ଧରେ  ଚୌଧୁରୀଙ୍କ ବାଟାଲିଅନ ପଏଣ୍ଟ ୪୮୭୫ ସହ ୪ଟି ଆକ୍ରମଣରେ ସଫଳତା ପାଇଥିଲା । ଏଥିଲାଗି ତାଙ୍କୁ ପରମ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।  କାର୍ଗିଲ ଯୁଦ୍ଧକୁ ନେଇ ନିର୍ମିତ ହିନ୍ଦୀ ଫିଲ୍ମ ଏଲ୍ଓସି କାର୍ଗିଲରେ ଚୋଧୁରୀଙ୍କ ଭୂମିକାରେ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି ।



from Odisha Reporter https://ift.tt/2NW0Ttn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages