ରାଗିଲେ କଙ୍ଗନା: କହିଲେ, ଏଭଳି ମହିଳାଙ୍କ ଗର୍ଭରୁ ବଳାତ୍କାରୀ ଜନ୍ମ ନିଅନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ରାଗିଲେ କଙ୍ଗନା: କହିଲେ, ଏଭଳି ମହିଳାଙ୍କ ଗର୍ଭରୁ ବଳାତ୍କାରୀ ଜନ୍ମ ନିଅନ୍ତି

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ୍ ଅନେକ ସମୟରେ ନିଜ କଡ଼ା ବୟାନ ପାଇଁ ଚର୍ଚ୍ଚାରେ ରହନ୍ତି। କେବଳ ଫିଲ୍ମ ନୁହେଁ, ଦେଶର ବିଭିନ୍ନ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବେ ନିଜ ମତ ରଖନ୍ତି। ଏବେ ଦେଶରେ ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଏଥିରେ କଙ୍ଗନା ବି ସାମିଲ ହୋଇଛନ୍ତି।

ନିକଟରେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଦୋଷୀମାନଙ୍କୁ କ୍ଷମା ଦେଇ ଦେବାକୁ ନିର୍ଭୟାଙ୍କ ମା’ ଆଶା ଦେବୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ,“ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ କ୍ଷମା କରି ଦେଇଛନ୍ତି ସୋନିଆ ଗାନ୍ଧୀ। ସେହିପରି ନିର୍ଭୟାଙ୍କ ମା’ ମଧ୍ୟ ଦୋଷୀମାନଙ୍କୁ କ୍ଷମା କରିଦେବା ଦରକାର।” ଏହି ମନ୍ତବ୍ୟ ପାଇଁ ତାଙ୍କୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିବା ବେଳେ କଙ୍ଗନା ପୂରା କଡ଼ା ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, “ଇନ୍ଦିରା ଜୟସିଂହଙ୍କ ଭଳି ମହିଳାଙ୍କ ଗର୍ଭରୁ ବଳାତ୍କାରୀ ପୁରୁଷ ଜନ୍ମ ହୋଇଥା’ନ୍ତି। ଏଭଳି ମହିଳାଙ୍କୁ ବଳାତ୍କାରୀଙ୍କ ସହ ୪ ଦିନ ଜେଲ୍‌ରେ ରଖିବା ଉଚିତ୍।’

କଙ୍ଗନା ଆହୁରି କହିଛନ୍ତି, “ନିର୍ଭୟାଙ୍କ ମାତାପିତା ଏତେ ବର୍ଷ ହେଲା ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି। କ’ଣ ଅବସ୍ଥା ହୋଇଗଲାଣି ସମାନଙ୍କର। ଏହା କିଭଳି ସମାଜ, ଯେଉଁଠି ଲୋକ ଚୁପ୍‌ ରହୁଛନ୍ତି। ଯଦି ସମାଜରେ ଏକ ଉଦ୍ଦାହରଣ ନ ରଖିପାରୁଛ ତେବେ  ସମାଜରେ ରହିବାର କ’ଣ ଲାଭ। ସେ ବଳତ୍କାରୀଙ୍କୁ ଛକ ମଝିରେ ବାନ୍ଧି ପିଟିବା ଉଚିତ୍‌।

ଇନ୍ଦିରାଙ୍କ ମନ୍ତବ୍ୟ ଉପରେ ନିର୍ଭୟାଙ୍କ ମା’ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଥିଲେ। ସେ ରାଗି ଯାଇ କହିଥିଲେ, “ଏଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହଙ୍କର କେମିତି ସାହାସ ହେଲା? ସୁପ୍ରିମକୋର୍ଟରେ ଅନେକ ଥର ତାଙ୍କ ସହ ଏହି ମାମଲାରେ ଦେଖା ସାକ୍ଷାତ ହୋଇଛି। ହେଲେ କେବେ ମୋର ହାଲ୍‌ଚାଲ୍‌ ବାବଦରେ ପଚାରି ନାହାନ୍ତି। ଆଉ ଏବେ ଦୋଷୀଙ୍କ ସପକ୍ଷରେ କହୁଛନ୍ତି। ଏଭଳି ବ୍ୟକ୍ତି ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ନିଜ ଜୀବିକାକୁ ବଞ୍ଚାଇ ରଖୁଛନ୍ତି। ଆଉ ଏଥିପାଇଁ ପିଡ଼ୀତାମାନେ ନ୍ୟାୟ ପାଇପାରୁ ନାହାନ୍ତି।”

ସୂଚନାଯୋଗ୍ୟ, ନିର୍ଭୟା ଦୋଷୀମାନଙ୍କୁ ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ‌୬ଟାବେଳେ ଫାଶୀ ଦିଆଯିବ।



from Odisha Reporter https://ift.tt/3aDpg8E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages