ବକ୍ସ ଅଫିସ୍‌ରେ ଧମାକା କରୁଛି ‘ତାନାଜୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

ବକ୍ସ ଅଫିସ୍‌ରେ ଧମାକା କରୁଛି ‘ତାନାଜୀ’

ମୁମ୍ବାଇ: ଅଜୟ ଦେବ୍‌ଗନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍‌’ ଗତକାଲି ରିଲିଜ୍‌ ହୋଇଯାଇଛି। ଟ୍ରେଲର୍‌ ରିଲିଜ୍‌ ହେବା ଦିନଠୁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଥିବା ବେଲେ ଏବେ ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ଫିଲ୍ମର ପ୍ରଥମ ଦିନର କଲେକ୍ସନରୁ ଜଣାପଡ଼ୁଛି ଯେ ଫିଲ୍ମଟିକୁ ବ୍ଲକବଷ୍ଟର ହେବାରୁ କେହି ଅଟକାଇ ପାରିବେ ନାହିଁ।

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଯେ ‘ତାନାଜୀ‘ ପ୍ରଥମ ଦିନରେ ୧୫.୧୦ କୋଟି ଟଙ୍କା ଆୟ କରିଛି। ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଫିଲ୍ମଟି ପ୍ରଥମ ଦିନରେ ପାଖାପାଖି ୧୦ କୋଟି ଆୟ କରିବ। ହେଲେ ଫିଲ୍ମଟି ଆଶାଠୁ ଅଧିକ ଭଲ ପ୍ରଦର୍ଶନ କରିଛି।  ଫିଲ୍ମଟିକୁ ମରାଠୀ ଓ ହିନ୍ଦୀ ଭାଷାରେ ଭାରତରେ ସମୁଦାୟ ୩ ହଜାର ୮୮୦ ସ୍କ୍ରିନ୍‌ରେ ରିଲିଜ୍ କରାଯାଇଛି। ଅନ୍ୟପଟେ ବିଦେଶରେ ଏହାକୁ ୬୬୦ଟି ସ୍କ୍ରିନ୍‌ ମିଳିଛି। ଫିଲ୍ମଟି ୧୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଛି। ୨୦୨୦ର ଏହା ପ୍ରଥମ ହାଇବଜେଟ୍‌ ଫିଲ୍ମ ଭାବେ ରିଲିଜ୍ ହୋଇଛି।

ଫିଲ୍ମରେ ଅଜୟଙ୍କ ବ୍ୟତୀତ ସୈଫ୍‌ ଅଲ୍ଲୀ ଖାନ୍‌ ଓ କଜୋଲ୍‌ ଅଛନ୍ତି। ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ସୈଫ୍‌ଙ୍କ ଅଭିନୟ ବେଶ୍ ଦମ୍‌ଦାର୍‌ ହୋଇଛି। ଏପରିକି ଦର୍ଶକଙ୍କୁ ଅଜୟଙ୍କ ଅପେକ୍ଷା ସୈଫ୍‌ଙ୍କର ଅଭିନୟ ଅଧିକ ପସନ୍ଦ ଆସୁଛି। ଏହି ଫିଲ୍ମ ଜରିଆରେ ଅଜୟ ଓ କାଜୋଲ୍‌ ପ୍ରାୟ ୯ ବର୍ଷ ପରେ ପୁଣିଥରେ ଏକାଠି ସ୍କ୍ରିନ୍‌ ଶେଆର୍‌ କରିଛନ୍ତି। ଏହା ବ୍ୟତୀତ ‘ତାନାଜୀ’ ହେଉଛି ଅଜୟଙ୍କର ୧୦୦ତମ ଫିଲ୍ମ।

ସୂଚନାଯୋଗ୍ୟ, ଏହି ଫିଲ୍ମଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ବିଶେଷ କରି ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ।



from Odisha Reporter https://ift.tt/30fdcFV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages