୨୦ ଫୁଟ୍ ତଳକୁ ଖସିଲା ‘ଓଁ ସାଇ’ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

୨୦ ଫୁଟ୍ ତଳକୁ ଖସିଲା ‘ଓଁ ସାଇ’ ବସ୍‌

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବିଂଝାବହାଲ ନିକଟରେ ଏକ ବସ୍ ଓଲଟି ପଡ଼ିବାରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି। ବସ୍ କଣ୍ଡକ୍ଟର ବି ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ‘ଓଁ ସାଇ’ ନାମକ ଏହି ବସ୍‌ଟି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରୁ ଯାତ୍ରୀମାନଙ୍କୁ ନେଇ ଦେବଗଡ଼ ଯାଉଥିଲା। ତେବେ ବିଂଝାବହାଲ ନିକଟରେ  ୪୯ ନମ୍ବର ଜାତୀୟ ରାଜପଥରୁ ପ୍ରାୟ ୨୦ ଫୁଟ୍ ତଳକୁ ବସ୍‌ଟି ଖସି ପଡ଼ିଥିଲା।  ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଫେରାର ହୋଇଯାଇଥିଲା। ପୁଲିସ୍ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/36JZP36

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages