ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା ଗାଁର ଉଜ୍ଜଲ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୧୦ରୁ ଅଧିକ ଡକାୟତ ୨ଟି ୪ ଚକିଆ ଗାଡ଼ିରେ ଉଜ୍ଜଲଙ୍କ ଘରକୁ ଆସିଥିଲେ। ସେମାନେ ବନ୍ଧୁକ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ୪୦ ଭରି ସୁନା ଏବଂ ୪୦ ହଜାର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଖବର ପାଇ ବଲାଙ୍ଗିର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
from Odisha Reporter https://ift.tt/3aCNlwz
No comments:
Post a Comment