ନୂଆଦିଲ୍ଲୀ: ଅନଲାଇନ ଅର୍ଡର ଜରିଆରେ ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଜମାଟୋ ପ୍ରତିଦ୍ୱନ୍ଦୀ କମ୍ପାନୀ ଉବେର ଇଟସ ଇଣ୍ଡିଆର ଶେୟାର କିଣିଛି। ସୂଚନାଅନୁଯାୟୀ ୧୦୦ ପ୍ରତିଶତ ଶେୟାରରୁ ଏବେ ଉବେର ପାଖରେ ମାତ୍ର ୯.୯ ପ୍ରତିଶତ ଶେୟାର ଅଛି। ଅର୍ଥାତ୍ ଉବେର ଇଟସକୁ ଜମାଟୋ ନିଜ ଅଧିନକୁ ଆଣିଛି।
ଉବେର ହେଉଛି ଅନଲାଇନ ଜରିଆରେ କ୍ୟାବ ବୁକ୍ କରି ପରିବହନ ସେବା ଯୋଗାଉଥିବା ସଂସ୍ଥା। ଭାରତରେ ଜମାଟୋକୁ ଆଖି ଆଗରେ ରଖି ସମାନ ବ୍ୟବସାୟ ଆରମ୍ଭ କରିଥିଲା। ହେଲେ ଭଲ ବ୍ୟବସାୟ ହେଉନଥିବାରୁ ଜମାଟୋକୁ ବିକ୍ରି କରିଦେବ ବୋଲି ଚିନ୍ତା କରିଥିଲା।
ଅନ୍ୟପଟେ ଉବେର ଶେୟାର ବ୍ରିକ୍ରି କରିଦେବା ପଛରେ ଆଉ ଏକ କାରଣ ସାମ୍ନାକୁ ଆସିଛି। ଉବେର କମ୍ପାନୀର ନିୟମ ଅନୁଯାୟୀ ଯଦି ସେ ବଜାରରେ ପ୍ରଥମ କି ଦ୍ୱିତୀୟ ସ୍ଥାନରେ ନରହିବ ତା’ହେଲେ କମ୍ପାନୀ ସେହି ବ୍ୟବସାୟକୁ ବନ୍ଦ କରିଦେବ। ତେଣୁ ଏବେ ଜମାଟୋକୁ ଶେୟାର ବିକ୍ରି କରିବା ପଛର ମୁଖ୍ୟ କାରଣ କମ୍ପାନୀର ନୀତି ବୋଲି ଆଲୋଚନା ହେଉଛି। କମ୍ପାନୀ କିନ୍ତୁ ଶେୟାର ବିକ୍ରି ପଛର କାରଣ କିଛି କହି ନାହିଁ।
ତେବେ ଅନ୍ୟ ଦେଶ ଗୁଡ଼ିକରେ ଉବେର ଇଟସର ଚାହିଦା ରହିଥିବାରୁ ସେହି ଦେଶରେ ଉବେର ନିଜର ବ୍ୟବସାୟ ଜାରି ରଖିବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/36eOln7
No comments:
Post a Comment