ବିମାନ ଦୁର୍ଘଟଣା: ସମସ୍ତ ୧୭୦ ଜଣ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

ବିମାନ ଦୁର୍ଘଟଣା: ସମସ୍ତ ୧୭୦ ଜଣ ମୃତ

ତେହରାନ: ଇରାନରେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୭୦ ଜଣ ଲୋକ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ସମସ୍ତ ୧୭୦ ଜଣ ଲୋକ ପ୍ରାଣ ହରାଇଥିବା ଇରାନର ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି।

ବିମାନଟି ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦର ନିକଟରୁ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେଣୁ ଏହା ତଳକୁ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍‌ ଇଣ୍ଟରନ୍ୟାସ୍‌ନାଲ୍ ଏୟାରଲାଇନ୍ସର। ଦୁର୍ଘଟଣା ବେଳେ ବିମାନଟି ୭୯୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା। ତେଣୁ ଏହା ତଳକୁ ଖସି ପଡ଼ିବାରୁ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଜୀବିତ ଥିବା ଲୋକଙ୍କ ସନ୍ଧାନ କରିଥିଲେ। ହେଲେ ଏଯାଏ କାହାକୁ ବି ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିନାହିଁ।

ଇରାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ରେଜା ଜାଫରଜାଦେ କହିଛନ୍ତି, “ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଆମେ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଇଛୁ। ହେଲେ ଏଯାଏ କାହାକୁ ବି ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇପାରି ନାହିଁ। ନିଆଁ ଏତେ ଜୋରରେ ଜଳୁଥିଲା ଯେ ଆମେ ବିମାନ ନିକଟକୁ ଯିବା ପାଇଁ ବହୁତ ସଂଘର୍ଷ କରିଥିଲୁ। ଆମ ପାଖରେ ୨୨ଟି ଆମ୍ବୁଲାନ୍ସ ଓ ଗୋଟିଏ ହେଲିକପ୍ଟର ମଧ୍ୟ ରହିଥିଲା। ”

ପୂର୍ବରୁ ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ରେଜା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ବିମାନରେ ମୋଟ ୧୭୦ ଜଣ ଲୋକ ଥିଲେ।

ଏହି ଦୁର୍ଘଟଣା ପୂର୍ବରୁ ଇରାକ୍‌ରେ ଥିବା ଆମେରିକା ସେନା ବେସ ଉପରେ ଇରାନ୍‌ ମିସାଇଲ୍‌ରେ ଆକ୍ରମଣ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଇରାନ୍ ୧୨ରୁ ଅଧିକ ମିସାଇଲ୍ ମାଡ଼ କରିଥିଲା।

ଇରାକ୍‌ର ଅଲ୍ ଅସଦ୍‌ର ଯେଉଁ ସ୍ଥାନରେ ଇରାନ୍ ମିସାଇଲ୍ ମାଡ଼ କରିଛି, ୨୦୧୮ରେ ସେଠାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାଇଥିଲେ। ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନର ମେଜେର ଜେନାରାଲ କସିମ ସୁଲେମାନୀ ନିହତ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।



from Odisha Reporter https://ift.tt/2N33HEE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages