ଚାଇନରେ ବଢ଼ିଚାଲିଛି କରୋନା ଆତଙ୍କ: ମୃତ୍ୟୁସଂଖ୍ୟା ୧୭୦ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଚାଇନରେ ବଢ଼ିଚାଲିଛି କରୋନା ଆତଙ୍କ: ମୃତ୍ୟୁସଂଖ୍ୟା ୧୭୦ ଛୁଇଁଲା

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ ଏବେ ମହାମାରୀ ରୂପ ନେବାକୁ ବସିଲାଣି। ଇତି ମଧ୍ୟରେ କରୋନା ଭାଇରସ ଯୋଗୁ ୧୭୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ଭାଇରସ ଯେମିତି ନ ବ୍ୟାପିବ ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ନେଉଥିଲେ ହେଁ ଏହା ଥମିବାର ନାଁ ଧରୁନାହିଁ। ସେହିପରି ଏବେ ଚାଇନାରୁ ଏହି ଭାଇରସ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ମଧ୍ୟ ବ୍ୟାପିବା ଆରମ୍ଭ ହୋଇଛି। ଏହି ଭାଇରସ ଦ୍ୱାରା ପ୍ରାୟ ୩୦ଟି ରାଷ୍ଟ୍ରର ସଦସ୍ୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ଚାଇନା ହେଲଥ ମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ ଆଉ ୩୮ ଜଣଙ୍କ ଜୀବନ ଯାଇଛି। ଏହି ୩୮ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସୁଦ୍ଧା ଚାଇନାରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୧୭୦ରେ ପହଞ୍ଚି ଯାଇଛି। କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିଚାଉଆନରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିପରି ଏହି ଜୀବନ ନେଉଥିବା ଭୟଙ୍କର ଭୂତାଣୁରେ ଆଉ ୧୭୩୭ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୭୭୧୧ରେ ପହଞ୍ଚିଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଉହାନରେ ଫସିଥିବା ୧୯୫ ଜଣ ଆମେରିକୀୟ ନାଗରିକଙ୍କୁ ୱାଶିଂଟନ ପକ୍ଷରୁ ନିଜ ଦେଶକୁ ଫେରାଇ ନିଆଯାଇଛି। ହୁବେଇରେ ଏବେ ୧୧ ମିଲିୟନ ଲୋକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୬ ମିଲିୟନ ଲୋକଙ୍କ ଜୀବନ ପ୍ରତି କରୋନା ଭାଇରସ ବିପଦ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଗତକାଲି ରାତିରେ ଚାଇନାରେ ରହୁଥିବା ୨୦୬ ଜଣ ଜାପାନ ନାଗରିକ ବେଜିଂରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଶରୀରରେ କରୋନା ଭାଇରସ ପ୍ରବେଶ କରିଥିବା କୁହାଯାଉଛି। ଏବେ ଉହାନରେ ୨୦୧ ଜଣ ଆମେରିକୀୟ, ୟୁରୋପ ୟୁନିଅନର ୬୦୦ ନାଗରିକ, କ୍ୟାନାଡାର ୧୬୭ ଜଣ, କାଜଖସ୍ତାନର ୯୮ ଜଣ, ଜର୍ମାନୀର ୯୦ ଜଣ, ଅଷ୍ଟ୍ରେଲିଆର ୧୦୦ରୁ ଅଧିକ ଲୋକ ଫସି ରହିଛନ୍ତି। ଏମାନଙ୍କ ବ୍ୟତୀତ ଭାରତ, ମିଆଁମାର, ଦକ୍ଷିଣ କୋରିଆ, ରୁଷ ଓ ମୋରୋକୋର ଶତାଧିକ ଲୋକ ଫସି ରହିଛନ୍ତି। ଏମାନଙ୍କୁ ସେଠାରୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି।



from Odisha Reporter https://ift.tt/38NQQyq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages