ଏପରି ନୃଶଂସ ବାପା, ବିନା କାରଣରେ ଝିଅକୁ ପିଟି ଚାଲିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଏପରି ନୃଶଂସ ବାପା, ବିନା କାରଣରେ ଝିଅକୁ ପିଟି ଚାଲିଲା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଲାଡ଼ି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ତାଙ୍କ ୮ ବର୍ଷର ଝିଅକୁ ମାଡ଼ ମାରି ଲହୁଲୁହାଣ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବାପାର ନାଁ ରମେଶ ଚନ୍ଦ୍ର ମୁର୍ମୁ।

ସୂଚନାଅନୁସାରେ, ଗତକାଲି ସନ୍ଧ୍ୟାରେ ରମେଶ ଗାଁ ପାଖ ହାଟକୁ ଯାଇଥିଲେ। ଆଉ ରାତିରେ ନିଶାସକ୍ତ ଅବସ୍ଥାରେ ହାଟରୁ ଫେରି ତାଙ୍କ ପଡ଼ୋଶୀଙ୍କ ସହ ଝଗଡ଼ା କରିଥିଲେ। ଏହି ସମୟରେ ତାଙ୍କ ୮ ବର୍ଷର ଝିଅ ସେଠାକୁ ଆସିବାରୁ ଏକ ବାଡ଼ିରେ ଅତି ଅମାନବୀୟ ଭାବେ ଝିଅକୁ ମାଡ଼ ମାରିଥିଲେ। ଝିଅର ମୁହଁ ଏବଂ ମୁଣ୍ଡରେ ମାଡ଼ ମାରିବା ସହ ଛାତିରେ ଠିଆ ହୋଇଯାଇଥିଲେ। ସେବତୀକୁ ଲହୁଲୁହାଣ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଏହି ଘଟଣା ପରେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ରମେଶ। ଗାଁ ଲୋକେ ରମେଶର ହାତ ଗୋଡ଼ ବାନ୍ଧି ଦେଇ ଗାଁ ରାସ୍ତାରେ ପକାଇ ଦେଇଥିଲେ। ଖବର ପାଇ  କୁଣ୍ଡାବାଇ ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଲିସ୍‌ ରମେଶଙ୍କୁ ଫାଣ୍ଡିରେ  ଅଟକ ରଖିଛି।



from Odisha Reporter https://ift.tt/37FfXDu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages