‘କରୋନା ମୁକାବିଲା ଲାଗି ସରକାର ପ୍ରସ୍ତୁତ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

‘କରୋନା ମୁକାବିଲା ଲାଗି ସରକାର ପ୍ରସ୍ତୁତ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମସ୍ତ ୩୦ ଜିଲ୍ଲାର ମୁଖ୍ୟ ମେଡିକାଲ ଅଧୀକ୍ଷକ ଓ ହସ୍ପିଟାଲ ମ୍ୟାନେଜରଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ଏହି ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ମୁଖ୍ୟତଃ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ କରୋନା ଭାଇରସରେ ସଂକ୍ରମଣକୁ ନେଇ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ପ୍ରମୁଖ ହସ୍ପିଟାଲ ଗୁଡିକରେ ଆଇସୋଲେସନ୍ ଓ୍ୱାର୍ଡ କରିବାକୁ କୁହାଯାଇଛି । ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ କରୁଥିବାରୁ ଭୁବନେଶ୍ୱର ଏୟାରପୋର୍ଟରେ ସ୍କିନିଂ ମେସିନ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି। କରୋନାକୁ ନେଇ ରାଜ୍ୟବାସୀ ଆତଙ୍କିତ ନହେବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଏହାବ୍ୟତୀତ ଏୟାରପୋର୍ଟ, ଷ୍ଟେସନ ଓ ପୋର୍ଟରେ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ ଆଡଭାଇଜରି ଜାରି ହୋଇଛି । ଯଦି କେହି ଏଭଳି ରୋଗରେ ପୀଡିତ ଥିବା ସନ୍ଦେହ କରାଯାଏ, ତେବେ ତୁରନ୍ତ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡକୁ ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ ରହିଛି । ରେଳ ବିଭାଗକୁ ମଧ୍ୟ ଏନେଇ ନିର୍ଦ୍ଦେଶ ରହିଛି।  କରୋନା ମୁକାବିଲା ପାଇଁ କଟକ ଏସ୍‌ସିବିରେ ମଧ୍ୟ ସ୍ୱତନ୍ତ୍ର ଓ୍ୱାର୍ଡ ଖୋଲିଛି। ସ୍ୱତନ୍ତ୍ର ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନେଇ ସ୍ୱତନ୍ତ୍ର ଓ୍ୱାର୍ଡ ପ୍ରସ୍ତୁତ କରାଯାଇଛି ।



from Odisha Reporter https://ift.tt/37y67TX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages