ଚଳିତ ବର୍ଷ କନ୍ଦାଇବନି ପିଆଜ! କମିପାରେ ଫଳ ଉତ୍ପାଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ଚଳିତ ବର୍ଷ କନ୍ଦାଇବନି ପିଆଜ! କମିପାରେ ଫଳ ଉତ୍ପାଦନ

ନୂଆଦିଲ୍ଲୀ: ପିଆଜ ଦର ପାଇଁ ଚଳିତ ବର୍ଷ ଲୋକଙ୍କ ଆଖିରୁ ପାଣି ବାହାରିବନି। ଖାଲି ପିଆଜ ନୁହେଁ, ଆଳୁ ଓ ଟମାଟୋ ମଧ୍ୟ ଲୋକଙ୍କ ପକେଟ କାଟିବନି। କାରଣ ଏହି ସବୁ ଚାଷ ଭଲ ହୋଇଛି। କିନ୍ତୁ ଫଳ ଉତ୍ପାଦନ କମିପାରେ। ଏଭଳି ଅନୁମାନ କରିଛି କେନ୍ଦ୍ର କୃଷି ଏବଂ ଚାଷୀ କଲ୍ୟାଣ ମନ୍ତ୍ରଣାଳୟ।

୨୦୧୯-୨୦ରେ ପ୍ରଥମ ଉତ୍ପାଦନ ଅନୁଯାୟୀ ଚଳିତ ବର୍ଷ ବଗିଚାର ହୋଇପାରୁଥିବା ଫସଲ ଉତ୍ପାଦନ ଗତବର୍ଷ ତୁଳନାରେ ୦.୮୪ ପ୍ରତିଶତ ଅଧିକ ହୋଇଛି। ସୋମବାର କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ପରିବା, ଔଷଧ ଜନିତ ଚାଷର ଉତ୍ପାଦନ ବଢ଼ିପାରେ। ହେଲେ ଏହି ସବୁ ଚାଷରୁ ବାହାରିବାକୁ ଥିବା ଫଳ ସଂଖ୍ୟା କମିପାରେ।

ଗତଥର ଅପେକ୍ଷା ଚଳିତ ଥର ପରିବା ଉତ୍ପାଦନ ୨.୬୪ ପ୍ରତିଶତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଗତଥର ଦେଶରେ ୧୦୦.୭୩ ଲକ୍ଷ ହେକ୍ଟର ଜମିରେ ପରିବା ଚାଷ ହୋଇଥିବା ବେଳେ ଚଳିତଥର ୧୦୨.୯୨ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି। ଯେହେତୁ ଅଧିକ ସ୍ଥାନରେ ଚାଷ ହୋଇଛି ତେଣୁ ପରିବା ଉତ୍ପାଦନ ବଢ଼ିବ ବୋଲି ଅନୁମାନ କରାଯାଉଛି। ଗତଥର ୧୮.୩୨ କୋଟି ଟନ ପରିବା ଉତ୍ପାଦନ ହୋଇଥିବା ବେଳେ ଚଳିତ ଥର ଏହା ୧୮.୮୦ କୋଟି ଟନ ହେବ ବୋଲି ଅନୁମାନ କରିଛି କୃଷି ମନ୍ତ୍ରଣାଳୟ।

ସେହିପରି ଆଳୁର ଉତ୍ପାଦନ ଗତବର୍ଷ ୫୦୧.୯ ଲକ୍ଷ ଟନ୍ ହୋଇଥିବା ବେଳେ ଏବେ ଏହା ୩.୪୯ ପ୍ରତିଶତ ବଢ଼ି ୫୧୯.୪ ଲକ୍ଷ ଟନ ହେବ ବୋଲି ଅନୁମାନ କରାଯାଉଛି।

ପରିବା ବ୍ୟତୀତ ପିଆଜ ଚାଷ ମଧ୍ୟ ଭଲ ହୋଇଛି। ଚଳିତ ଥର ପୂର୍ବ ଅପେକ୍ଷା ୭.୧୭ ପ୍ରତିଶତ ଅଧିକ ଚାଷ ହୋଇ ୨୪୪.୫ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେବ ବୋଲି ଜଣାପଡ଼ିଛି। ୨୦୧୮-୧୯ରେ କିନ୍ତୁ ୨୨୮.୨ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହୋଇଥିଲା। ସେହିଭଳି ଟମାଟୋ ଉତ୍ପାଦନ ଚଳିତବର୍ଷ ପୂର୍ବ ବର୍ଷ ଅପେକ୍ଷା ୧.୬୮ ପ୍ରତିଶତ ଅଧିକ ଚ।ଷ ହେବ ବୋଲି ଜଣାପଡ଼ିଛି। ଗତଥର ୧୯୦.୦୧ ଲକ୍ଷ ଟନ ଟମାଟୋ ଚାଷ ହୋଇଥିବା ବେଳେ ଚଳିତ ଥର ୧୯୩.୩ ଲକ୍ଷ ଟନ ଚାଷ ହେବ ବୋଲି ଆକଳନ ହୋଇଛି।

ଗତଥର ପନିପରିବାର ଦର ୭.୩୫ ପ୍ରତିଶତ ମହଙ୍ଗା ହୋଇଥିଲା। ଏହାପରେ ପିଆଜ, ଆଳୁ, ଟମାଟୋ ଭଳି ଅତ୍ୟାବଶ୍ୟକ ଜିନିଷର ଦରଦାମ ବଢ଼ିଥିଲା।

ପରିବା ବ୍ୟତୀତ ଫଳ ଚାଷ ମଧ୍ୟ ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ ଅଧିକ ଚାଷ ହୋଇଛି। ଗତଥର ୬୫.୯୭ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ୨୦୧୯-୨୦ରେ ୬୬.୬୦ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି। ହେଲେ ଫଳର ଉତ୍ପାଦନ ସଂଖ୍ୟା ଗତଥର ୯.୭୯ କୋଟି ରହିଥିବା ବେଳେ ଚଳିତଥର ଏହା କମି ୯.୫୭ କୋଟି ଟନ ରହିବ ବୋଲି ଅନୁମାନ କରାଯାଉଛି। ଫଳରେ ମୁଖ୍ୟତଃ ଅଙ୍ଗୁର, କଦଳୀ, ବେଦନା, ଆମ୍ୱ, ଲେମ୍ୱୁ, ଅମୃତ ଭଣ୍ଡା ଇତ୍ୟାଦି ଫଳର ଉତ୍ପାଦନ କମିପାରେ।



from Odisha Reporter https://ift.tt/2t7xyF8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages