ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ, ଏଏସ୍ଆଇ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ, ଏଏସ୍ଆଇ ଅଟକ

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଖାକିରେ ଲାଗିଲା କଳଙ୍କର ଛିଟା। ଏକ ବିବାଦ ସମାଧାନ କରାଇବା ଦେବାର ପ୍ରତିଶ୍ରୁତି ଦେଇ ପୁରୀ ଜିଲ୍ଲୀ ବଳଙ୍ଗା ଥାନା ଏଏସ୍ଆଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଜଣକ ଏନେଇ ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିବା ପରେ ପୁଲିସ୍‌ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଉଲ୍ଲେଖଯୋଗ୍ୟ ଯେ, ବଳଙ୍ଗା ଥାନା ଅଞ୍ଚଳର ସମ୍ପୃକ୍ତା ମହିଳାଙ୍କ ସ୍ୱାମୀ ଏକ ଅଟୋ ଭଡ଼ାରେ ଆଣି ଚଳାଉଥିଲେ। ସେହି ଅଟୋଟିକୁ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ଏ ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ସମାଧାନ ପାଇଁ ମହିଳାଜଣକ ଥାନାକୁ ଯାଇଥିଲେ। ସେଠାରେ ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ ଘଟଣାର ସମାଧାନ କରିବେ ବୋଲି ତାଙ୍କୁ  ପ୍ରତିଶ୍ରୁତି ଦେଇଥିଲେ।

ଘଟଣା ଘଟିବାର ୩ ମାସ ପରେ ଏଏସ୍‌ଆଇ ମହିଳାଙ୍କୁ ଫୋନ୍‌ କରି ଗାଡ଼ିର କାଗଜପତ୍ର ଆଣି ଦେଖା କରିବାକୁ କହିଥିଲେ। ଡାକରା ପାଇ ମହିଳାଜଣକ ଏକୁଟିଆ ଥାନାରେ ପହଞ୍ଚିଥିଲେ। ଏହାର ସୁଯୋଗ ଦେଇ ଏଏସ୍‌ଆଇ  ତାଙ୍କୁ ନିଜ କ୍ୱାର୍ଟର୍ସକୁ ନେଇ  ଦୁଷ୍କର୍ମ କରିଥିବା  ମହିଳାଜଣକ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି। ଏପରିକି ଘଟଣା ସମ୍ପର୍କରେ ପ୍ରଘଟ କଲେ ମିଛ ମାମଲାରେ ଫସାଇଦେବେ ବୋଲି ଧମକ ଦେଇଥିଲେ। ତେଣୁ ଲୋକ ଲଜ୍ଜା ଭୟରେ ସେ ଘଟଣା ପ୍ରଘଟ କରିପାରୁନଥିଲେ  ।

କିନ୍ତୁ ଏଏସଆଇ ବାରମ୍ୱାର ଫୋନ୍‌ କରି ଅଶ୍ଲୀଳ ଗାଳି ଦେବା ସହିତ କ୍ୱାର୍ଟର୍ସକୁ ଆସିବା ପାଇଁ ବାଧ୍ୟ କରୁଥିଲେ। ଯେଉଁଥିପାଇଁ ମହିଳାଜଣକ ମାନସିକ ଭାବେ ଭାଙ୍ଗି ପଡ଼ି  ଏନେଇ ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଚିତ୍ତରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/2FgsvEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages