ଆନ୍ଧ୍ରରେ କାର୍‌ ଦୁର୍ଘଟଣା; ଭୁବନେଶ୍ୱରର ୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ଆନ୍ଧ୍ରରେ କାର୍‌ ଦୁର୍ଘଟଣା; ଭୁବନେଶ୍ୱରର ୫ ମୃତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ  ୫ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ହେଲେ ତ୍ରିଲୋଚନ ଜେନା, ବନିତା ଜେନା, ଆଦର୍ଶ ଜେନା, ପ୍ରତାପ ଜେନା ଓ ରିତୁ ଜେନା। କାର୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ପଲାସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ଏମାନେ ସମସ୍ତେ କାର୍‌ ଯୋଗେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳମ୍‌କୁ ବୁଲିବାକୁ ଯାଇଥିଲେ। ଆଜି ସକାଳେ ଓଡ଼ିଶା ଫେରିଲା ବେଳେ ମଞ୍ଜୁଷା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନଙ୍କ କାର୍‌ କଲ୍‌ଭର୍ଟରେ ପିଟି ହୋଇ ରାସ୍ତାକଡ଼ରେ ଥିବା କେନାଲ୍‌ରେ ଓଲଟି ପଡ଼ିଥିଲା। 

 



from Odisha Reporter https://ift.tt/2QIFdl0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages