ଜାଲରେ ପଡ଼ିଲା କାଉ ମାଛ, ଓଜନ ପ୍ରାୟ ୨ କ୍ୱିଣ୍ଟାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

ଜାଲରେ ପଡ଼ିଲା କାଉ ମାଛ, ଓଜନ ପ୍ରାୟ ୨ କ୍ୱିଣ୍ଟାଲ

ପାରାଦୀପ(ରମାକାନ୍ତ ନାୟକ)ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ ‘କାଉ ମାଛ’ ବୋଲି କୁହାଯାଉଛି।

କେରଳ ସମେତ ଅନ୍ୟ ରାଜ୍ୟରେ ଏହି ମାଛର ଚାହିଦା ଅଧିକ ଥିବା କଥା ମତ୍ସଜୀବୀ କହିଛନ୍ତି। ମାଛର ଦାମ୍ ଅଧିକା ନହେଲେ ବି ମାଛଟିର ଆକାର ଓ ଆୟତନ ଏତେ ବଡ଼ ହୋଇଛି କି ବହୁ ଲୋକେ ଏହାକୁ ଦେଖିବାକୁ ପହଞ୍ଚିଛନ୍ତି।

ସ୍ଥାନୀୟ ଅଠରବାଙ୍କି ବାଲି ପ୍ଲଟ୍‌ରେ ଏହି ମାଛକୁ ବିକ୍ରି କରିବାକୁ ରଖାଯାଇଛି। ଏହାପୂର୍ବରୁ ପାରାଦୀପ ସମୁଦ୍ରରୁ ଏହି ପ୍ରଜାତିର ତିନିଟି ମାଛ ଧରା ଯାଇଥିଲା । ହେଲେ ଏହାର ଆକାର ଛୋଟ ଥିବା ବେଳେ ଏବେ ଏକ ବଡ଼ ମାଛ ଜାଲ୍‌ରେ ପଡ଼ିଛି ।



from Odisha Reporter https://ift.tt/2NKVLYJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages