ସବୁ ଘରେ ଟ୍ୟାପ୍ ଲାଗିଛି, ହେଲେ ପାଣି ଆସୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

ସବୁ ଘରେ ଟ୍ୟାପ୍ ଲାଗିଛି, ହେଲେ ପାଣି ଆସୁନି

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ଘରେ ଘରେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସରକାରୀ ବାବୁମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ। ଏଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ପିସ୍କାପଙ୍ଗା ଗାଁରୁ।

ପିସ୍କାପଙ୍ଗା ଗାଁ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ୨୦୧୮ ମସିହାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରେ ଶେଷ ହୋଇଥିଲା। ଏଥିସହ ପ୍ରତି ଘରକୁ ପାଇପ୍ ଲାଇନ୍ ବି ଗଲା।  ବିଦ୍ୟୁତ୍ ବିଭାଗ ସେଠାରେ ଖୁଣ୍ଚ ପୋତି ବିଦ୍ୟୁତ୍ ସଂଯୋଗ ମଧ୍ୟ କଲା। ଏଥିପାଇଁ ଦୁଇ ବିଭାଗ ପକ୍ଷରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଗଲା। ଏହାଦେଖି ଗାଁ ଲୋକେ ଭାବିଥିଲେ ସେମାନେ ଏବେ ଭଲ ପିଇବା ପାଣି ବୁନ୍ଦେ ପାଇ ପାରିବେ। ହେଲେ ସେମାନେ ଆଶା ଆଶାରେ ରହିଯାଇଛି।

ମାତ୍ର ତିନି ଚାରି ଦିନ ପରେ ପାଇପ୍ ପାଣି ଯୋଗାଣ ବନ୍ଦ କରି ଦିଆଗଲା। ମୋଟର ଚାଲିବା ପାଇଁ ତିନିଟି ଫେଜ୍ ବିଦ୍ୟୁତ୍ ଆବଶ୍ୟକ ଥିବାବେଳେ ଏଠାରେ ମାତ୍ର ଗୋଟିଏ ଫେଜ୍‌ ଦିଆଯାଇଛି। ଏଥିପାଇଁ ଆଉ ଟାଙ୍କିକୁ ପାଣି ଉଠାଇ ଲୋକଙ୍କୁ ଯୋଗାଇ ହେଉ ନାହିଁ। ୟା ଭିତରେ ପାଖାପାଖି ବର୍ଷେ ହୋଗଲାଣି, କିନ୍ତୁ ସମସ୍ୟାର ସମାଧାନ ହୋଇନାହିଁ। ଏହି ସମସ୍ୟା ନେଇ ଗାଁ ଲୋକେ ବହୁବାର ଉଚ୍ଚଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳି ନାହିଁ।

ଗାଁର ମନୋଜ ଚିତିଦୋରା କହିଛନ୍ତି, “ଗାଁରେ ୫୦ରୁ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ପାଣି ଟାଙ୍କି କରାଗଲା। ହେଲେ ଆମେ ପାଣି ପାଉନୁ।”

ଅନ୍ୟପକ୍ଷରେ ଗାଁରେ ୩ଟି ସାହି ବାସିନ୍ଦାଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ରହିଛି। ଗାଁ ନିକଟରେ ନଦୀ କିମ୍ବା ପୋଖରୀ ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ଏକମାତ୍ର ନଳକୂଅ ଉପରେ ନିର୍ଭର କରୁଛନ୍ତି I

ଗାଁର ଜସମି ଚିତିଦୋରା କହିଛନ୍ତି, “ଆମେ ଗାଁରେ ପାଣି ସମସ୍ୟା ରହିଛି। ନଦୀ କିମ୍ୱା ନାଳ ନଥିବାରୁ ଗୋଟିଏ ନଳକୂପରେ ତିନୋଟି ସାହି ଲୋକ ନିର୍ଭର କରୁଥିବାରୁ ଅସୁବିଧା ହେଉଛି। ଆମ ଘର ବାରିପଟେ ପାଇପ୍‌ ଦିଆଯାଇଛି ହେଲେ ପାଣି ଆସୁନି।”

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକ କହିଛନ୍ତି, “ ଆମ ବିଭାଗ ତରଫରୁ କୌଣସି ସମସ୍ୟା ନାହିଁ। ଗାଁକୁ ପାଣି ଯୋଗାଇ ଦେବା ପାଇଁ ଆମେ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଉଛୁ। ତଥାପି ସମାଧାନ ହୋଇ ପାରିନାହିଁ। ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ।”

ସାଉଥ୍‌କୋର ନିର୍ବାହୀ ଯନ୍ତ୍ରୀ ନାରାୟଣ ଶବର କହିଛନ୍ତି, “ଆମ ପାଖରେ କୌଣସି ଅଭିଯୋଗ ଆସିନାହିଁ ଓ ତୁରନ୍ତ ସମସ୍ୟାର ସମାଧାନ କରାଯିବ।”

କିଏ ସତ କହୁଛି ଓ କିଏ ମିଛ କହୁଛି, ତାହା  ଜଣାନାହିଁ। ତେବେ ସେମାନଙ୍କ ସତମିଛ ମଧ୍ୟରେ ହଇରାଣ ହେଉଛି ନିରୀହ ଗ୍ରାମାବାସୀ। ତେଣୁ ଉଭୟ ବିଭାଗ ତତ୍ପରତା ଦେଖି ଗ୍ରାମବାସୀଙ୍କ ପାଇଁ ତୁରନ୍ତ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।



from Odisha Reporter https://ift.tt/37fizI3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages