ୟଶରାଜ୍‌ ଫିଲ୍ମ୍ସର ଆକ୍ସନ୍‌ ଡ୍ରାମାରେ ନଜର ଆସିବେ ଶାହାରୁଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ୟଶରାଜ୍‌ ଫିଲ୍ମ୍ସର ଆକ୍ସନ୍‌ ଡ୍ରାମାରେ ନଜର ଆସିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ ବର୍ଷେ ହେଲାଣି ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ ଡିସେମ୍ବର ୨୧ରେ ତାଙ୍କ ଫିଲ୍ମ ‘ଜିରୋ’ ରିଲିଜ୍ ହୋଇଥିଲା। ଏହା ପରଠୁ ତାଙ୍କର ଆଉ କୌଣସି ଫିଲ୍ମ ଆସିନାହିଁ। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ପରଦାରେ ଦେଖିବା ପାଇଁ ଅତିଷ୍ଠ ହୋଇପଡ଼ିଲେଣି। ତେବେ ସେମାନଙ୍କ ପାଇଁ ଖୁସି ଖବର। ସୂଚନା ମିଳିଛି ଯେ ଶାହାରୁଖ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ରାଜକୁମାର ହିରାନୀ, କୃଷ୍ଣ ଡିକେ ଓ ରାଜ୍‌ ନିଦିମୋରୁ ଏବଂ ସାଉଥ୍ ଷ୍ଟାରଫିଲ୍ମ ମେକର୍‌ ଏଟ୍‌ଲି କୁମାରଙ୍କ ସହ ଅପକମିଂ ଫିଲ୍ମର ଘୋଷଣା କରିବେ। ରାଜ କୁମାରଙ୍କ ସହ କାମ ଆରମ୍ଭ ମଧ୍ୟ କରି ଦେଲେଣି।

ଅନ୍ୟ ଏକ ସୂଚନା ଅନୁଯାୟୀ, ଶାହାରୁଖ ପୁଣିଥରେ ୟଶରାଜ ଫିଲ୍ମ ସହ ଏକ ବଡ଼ ପ୍ରୋଜେକ୍ଟରେ କାମ କରିବେ। ଏଥିପାଇଁ ସେ ଚୁକ୍ତିପତ୍ର ସ୍ୱାକ୍ଷର କରିସାରିଲେଣି। ୟଶରାଜ୍‌ ବ୍ୟାନରରେ ତିଆରି ହେଉଥିବା ଶାହାରୁଖଙ୍କ ଏହି ଫିଲ୍ମରେ କ୍ଲବ୍‌ବଷ୍ଟର ଫିଲ୍ମ ‘ୱାର୍‌’ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେବେ। ଏହି ଫିଲ୍ମ ଜରିଆରେ ଶାହାରୁଖ ଏକ ଆକ୍ସନ୍‌ ଡ୍ରାମାରେ ଅଭିନୟ କରିବେ। ଏହି ଫିଲ୍ମଟିର ଘୋଷଣା ୟଶରାଜ୍‌ ବ୍ୟାନର୍‌ର ୫୦ତମ ବାର୍ଷିକ ଉତ୍ସବରେ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଶାହାରୁଖ ୟଶ୍‌ରାଜ୍‌ ବ୍ୟାନର୍‌ରେ ଅନେକ ସୁପରହିଟ୍ ଫିଲ୍ମ କରିସାରିଛନ୍ତି। ସେଥି ମଧ୍ୟରେ ରହିଛି ‘ଦିଲ୍‌ବାଲେ ଦୁଲ୍‌ହନିଆ ଲେ ଯାଏଙ୍ଗେ’, ‘ଡର୍‌’, ‘ମହାବତୈଁ’, ‘ଜବ ତକ୍‌ ହୈ ଜାନ୍’, ‘ଦିଲ୍‌ ତୋ ପାଗଲ୍‌ ହୈ’, ‘ଚକ୍‌ ଦେ ଇଣ୍ଡିଆ’, ‘ବୀର୍‌-ଜାରା’ ଓ ‘ରବ୍‌ ନେ ବନାଦି ଯୋଡ଼ି’। ଅବଶ୍ୟ ଏହି ବ୍ୟାନର୍‌ରେ ଶାହାରୁଖଙ୍କ ଶେଷ ଫିଲ୍ମ ‘ଫ୍ୟାନ୍‌’ ବିଶେଷ କିଛି କମାଲ୍‌ କରିପାରିଲା ନାହିଁ। ତେଣୁ ତାଙ୍କର ଅପକମିଂ ଫିଲ୍ମ କ’ଣ କମାଲ୍‌ କରୁଛି, ତାହା ଦେଖିବା ବାକି ରହିଲା।

 



from Odisha Reporter https://ift.tt/2Rkl8mE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages