ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨  ବର୍ଷ ହୋଇଥିଲା।  ଗତ ରାତି ପ୍ରାୟ ୧୦ଟା ୩୦ ସମୟରେ ନିଜ ବାସଭବନ ସାହାରପଡା ବ୍ଲକ ହଲଦିବଟା ଗ୍ରାମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସେ ସ୍ନାୟୁ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ । ଭାରତୀୟ ବାୟୁସେନାରୁ ଅବସର ନେବା ପରେ ସ୍ୱର୍ଗତ ଗୌରହରି ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ଏହାପରେ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଟିକେଟରୁ ୨ ଥର ନିର୍ବାଚନ ଲଢ଼ି ଜିତିଥିଲେ  ।

 

 



from Odisha Reporter https://ift.tt/2RDaGFG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages