ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଇଚ୍ଛାପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗାଁର ଦୁର୍ଯ୍ୟୋଧନ ରାଉତଙ୍କ ଘରେ ନିଆଁ ଲାଗି ଯିବାରୁ ତାଙ୍କର ଚାରି ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି।
ଖବରପାଇ ଧାମନଗର ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁର ପ୍ରକୋପ ଏତେ ଥିଲା ଯେ ଘରୁ କିଛି ଜିନିଷ ବାହାର କରିବା ସମ୍ଭବ ହୋଇ ନଥିଲା।
from Odisha Reporter https://ift.tt/2QNFJ2u
No comments:
Post a Comment