ଭାଇରାଲ୍‌ ହେଉଛି ନେହାଙ୍କ ରିସେପ୍‌ସନ୍‌ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ଭାଇରାଲ୍‌ ହେଉଛି ନେହାଙ୍କ ରିସେପ୍‌ସନ୍‌ ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜୀ ତଥା ‘ବିଗ୍‌ ବସ୍‌ ୧୨’ର ପ୍ରତିଯୋଗୀ ନେହା ପେଣ୍ଡସେ ଗତ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବାହାଘର, ସଙ୍ଗୀତ ଓ ମେହେନ୍ଦୀର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଆଉ ଏବେ ନେହାଙ୍କର ରିସେପସନ୍‌ର ଫଟୋ ବି ସାମ୍ନାକୁ ଆସିଯାଇଛି। ନେହା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏଗୁଡ଼ିକୁ ଶେଆର୍ କରିଛନ୍ତି।

ରିସେପସନ୍‌ ପାର୍ଟିରେ ନେହା ଡିଜାଇନର୍‌ ସ୍ୱପ୍‌ନୀଲ୍‌ ଶିନ୍ଦେଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଇଲେକ୍ଟ୍ରିକ୍‌ ବ୍ଲୁ ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ଏହି ଡ୍ରେସ୍‌ ସହ ତାଙ୍କର ମିଡିଲ୍‌ ପାର୍ଟେଡ୍‌ ବନ୍‌ ହେୟାରଷ୍ଟାଇଲ୍‌ ଓ ଡାଇମଣ୍ଡ ନେକ୍‌ଲେସ୍‌ ବେଶ୍ ସୁନ୍ଦର ଲାଗୁଛି। ପାର୍ଟିରେ ସେ ନିଜ ସ୍ୱାମୀ ଶାର୍ଦ୍ଦୁଲ୍‌ଙ୍କ ହାତ ଧରି ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ। ଫ୍ୟାନ୍‌ମାନଙ୍କୁ ନେହାଙ୍କର ଏହି ଫଟୋସବୁ ବେଶ୍‌ ଭଲଲାଗୁଛି। ନେହା ପୁଣେରେ ସମ୍ପୂର୍ଣ୍ଣ ମରାଠୀ ରୀତିନୀତିରେ ହୋଇଥିଲା, ଯେଉଁଥିରେ କେବଳ ସେମାନଙ୍କ ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ୍ ହୋଇଥିଲେ।

ନିକଟରେ ନେହାଙ୍କ ସ୍ୱାମୀ ଶାର୍ଦ୍ଦୁଲ୍‌ ସିଂହ ବ୍ୟାଶଙ୍କ ବିଷୟରେ କିଛି ଅଧିକ କଥା ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ନେହା ହେଉଛନ୍ତି ଶାର୍ଦ୍ଦୁଲଙ୍କର ତୃତୀୟ ସ୍ତ୍ରୀ।  ଏଥିସହ ତାଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି। ଏକ ସାକ୍ଷାତକାରରେ ଯେତେବେଳେ ନେହାଙ୍କୁ ଏସବୁ ବିଷୟରେ ପଚରାଗଲା ସେ କହିଥିଲେ ଯେ ତାଙ୍କୁ ଏସବୁ କଥା ଜଣା ଅଛି। ସେ ଶାର୍ଦ୍ଦୁଲଙ୍କ ବିଷୟରେ ସବୁ ଜାଣିବା ପରେ ହିଁ ବାହା ହୋଇଛନ୍ତି। ନେହା କହିଥିଲେ ଯେ ସେ ଜାଣିଛନ୍ତି ଯେ ଏହା ଶାର୍ଦ୍ଦୁଲଙ୍କ ତୃତୀୟ ବିବାହ ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଜଣାଇଦେବାକୁ ଚାହୁଁ ଯେ ନେହାଙ୍କ ସ୍ୱାମୀ ହେଉଛନ୍ତି ଜଣେ ବହୁତ ବଡ଼ ବିଜ୍‌ନେସ୍‌ ମ୍ୟାନ୍‌।

 



from Odisha Reporter https://ift.tt/2FJKzY9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages