ରାସ୍ତାରେ ଗଡ଼ିଲା ପିଆଜ, ତା’ ପରେ ଆରମ୍ଭ ହେଲା ପ୍ରତିଯୋଗିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ରାସ୍ତାରେ ଗଡ଼ିଲା ପିଆଜ, ତା’ ପରେ ଆରମ୍ଭ ହେଲା ପ୍ରତିଯୋଗିତା

ଝାରସୁଗୁଡ଼ା(ଭାଗିରଥୀ ସାହୁ): ବେଲଗାମ ହୋଇ ପଡ଼ିଥିବା ପିଆଜ ଦର କିଛି ମାତ୍ରାରେ କମିଥିଲେ ମଧ୍ୟ ଏହା ଏବେ ବି ସାଧାରଣ ଲୋକଙ୍କୁ ସୁହାଉନି।  ଏହାର ଦାମ ଲୋକଙ୍କୁ କନ୍ଦାଉଥିବା ବେଳେ ପରିବା ବଜାର ଗଲେ ଲୋକେ ପିଆଜ କିଣିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏପରି ସ୍ଥିତିରେ ଯଦି ରାସ୍ତାରେ ପିଆଜ ପଡ଼ିଥିବା ଦେଖିବାକୁ ପାଇବେ, ତା’ ହେଲେ ନିହାତି ଦଣ୍ଡେ ଅଟକି ଯିବାକୁ ଇଚ୍ଛା ହେବ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ପାଖ ଅଞ୍ଚଳରେ। ଗତ ସନ୍ଧ୍ୟାରେ ଏକ ବାଇକ୍‌ରେ ଜଣେ ବ୍ୟକ୍ତି ଗୋଟିଏ ବସ୍ତା  ପିଆଜ ନେଇ ଯାଉଥିବା ବେଳେ ତାହା ଗଳି ପଡ଼ିଥିଲା। ବ୍ୟକ୍ତିଜଣକ ଏହା ଜାଣି ନ ପାରି ଚାଲିଯାଇଥିବା ବେଳେ ରାସ୍ତାର ଏଣେତେଣେ ବିଛାଡ଼ି ହୋଇପଡ଼ିଲା ପିଆଜ। ଏହାଦେଖି ବାଟରେ ଯାଉଥିବା ଲୋକଙ୍କ ଖୁସି କହିଲେ ନସରେ।

ସଙ୍ଗେସଙ୍ଗେ ଆରମ୍ଭ ହୋଇଗଲା  ପିଆଜ ସାଉଁଟିବାର ପ୍ରତିଯୋଗିତା। ସାଧାରଣ ଖଟିଖିଆ ଲୋକଙ୍କଠାରୁ ଆରମ୍ଭ କି କାର୍‌ ବାଲା ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇ ଯାଇଥିଲେ। ରାସ୍ତାରେ ସାଇକେଲଠୁ ଆରମ୍ଭ କରି କାର୍‌ ମଧ୍ୟ ଅଟକିଗଲା।

ରାସ୍ତାରୁ ପିଆଜ ଗୋଟାଇବାର ଏହି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।  ମାଗଣାରେ ଏପରି  ମୂଲ୍ୟବାନ ଜିନିଷ ପାଇବା ପରେ
ଲୋକଙ୍କ  ଖୁସି କହିଲେ ନ ସରେ। ଏହାର କିଛି ସମୟରେ ଉକ୍ତ ବ୍ୟକ୍ତିଜଣକ ଫେରି ରାସ୍ତାରେ କେବଳ ପିଆଜ ଚୋପା ଉଡ଼ୁଥିବା ଦେଖିବାକୁ ପାଇଥିଲେ। ଏହାପରେ ମନ ଦୁଃଖରେ ଫେରି ଯାଇଥିଲେ।



from Odisha Reporter https://ift.tt/2uIWGCy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages