ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ବାଦ୍ୟ କଳା ପ୍ରଦର୍ଶନରେ ବିମୋହିତ ହେଲେ ଛାତ୍ରଛାତ୍ରୀ। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଥିବା ୟୁନିୟର୍ ଡ୍ରାଇଭ୍ ଫ୍ୟୁଚର୍ ଇଂରାଜୀ ମାଧ୍ୟମ ସ୍କୁଲର ବାର୍ଷିକ ମହୋତ୍ସବରେ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଉତ୍ସବରେ ସେ ବାଦ୍ୟଯନ୍ତ୍ର ବଜାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଉପସ୍ଥିତ ଦର୍ଶକଙ୍କର ମଧ୍ୟ ମନ ମୋହି଼ନେଲେ । ଏଥିସହ ଏହି ଉତ୍ସବରେ କୁନି କୁନି ଶିଶୁମାନେ ନୃତ୍ୟ, ସଙ୍ଗୀତ ଓ ନାଟକ ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିଥିଲେ ।
from Odisha Reporter https://ift.tt/2snabXK
No comments:
Post a Comment