ରାଇରଙ୍ଗପୁ(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ହୋଲସେଲ୍ ପାନ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟି ନେଲେ ୩ ଦୁର୍ବୃତ୍ତ। ପୁଲିସ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାଗ ପାଇପାରି ନାହିଁ।
ଗତ ରାତିରେ ରୂପେଶ କୁମାର ମହାନ୍ତି ନାୟକ ବ୍ୟବସାୟୀ ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ୩ ଦୁର୍ବୃତ୍ତ ତାଙ୍କ ଦୋକାନରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲେ। ସମସ୍ତେ ହାତରେ ବନ୍ଧୁକ ଧରି ରୂପେଶଙ୍କୁ ଭୟଭୀତ କରିଥିଲେ। ଏହାପରେ ମାତ୍ର ୩ ମିନିଟ୍ରେ ଦୋକାନରେ ଥିବା ୬ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଗଲେ। ଏନେଇ ରୂପେଶ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2vsg72Z
No comments:
Post a Comment