ପାରଳାରେ ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ପାରଳାରେ ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାରେ ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ ହୋଇଛି। ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି। ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ। ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଛନ୍ତି କଲ୍ୟାଣୀ ଗଜପତି ରାଜଦେଇ।

ଗତକାଲି ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଏହାପରେ ମରଶରୀରକୁ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ନିଆଯାଇଥିଲା। ମରଶରୀର ପାରଳାଖେମୁଣ୍ଡି ରାଜନହରରେ ପହଞ୍ଚିବା ପରେ ପ୍ରଥମେ ତାଙ୍କ ଝିଅ ଗଜପତି କଲ୍ୟାଣୀ ରାଜଙ୍କ ରାଜ୍ୟାଭିଷେକ କରାଯାଇଥିଲା । ଏହାପରେ ତାଙ୍କୁ ସିଂହାସନ ଆରୋହଣ କରାଯାଇଥିଲା। ସିଂହାସନରେ ରାଜଦେଈ ବସି ନିର୍ଦ୍ଦେଶ ଦେବା ପରେ ମହାରାଜ ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ପାରଳା ଇତିହାସରେ ଜଣେ ମହିଳା ରାଜ ସିଂହାସନ ଆରୋହଣ କରିବାର ଏହା ହେଉଛି ପ୍ରଥମ ଘଟଣା।



from Odisha Reporter https://ift.tt/308BcL3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages