ମିସାଇଲ ମାଡ଼ରେ ୟୁକ୍ରେନର ବିମାନ ଖସାଇଥିଲା ଇରାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ମିସାଇଲ ମାଡ଼ରେ ୟୁକ୍ରେନର ବିମାନ ଖସାଇଥିଲା ଇରାନ୍

ତେହରାନ: ୟୁକ୍ରେନ ବିମାନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି। ଯଦିଓ ପ୍ରଥମେ ଇରାନ ବିମାନର ବ୍ଲାକବକ୍ସ ଦେବନି ବୋଲି କହିଥିଲା। ହେଲେ ଏବେ ଅଷ୍ଟ୍ରେଲିଆ, କାନାଡା ଓ ବ୍ରିଟେନ ଭଳି ଦେଶର ଚାପ ଫଳରେ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି। ଇରାନ ସରକାର ଆଜି ବିମାନ ଦୁର୍ଘଟଣା ବାବଦରେ ସ୍ପଷ୍ଟୀକରଣ ରଖିଛି। ଦୁର୍ଘଟଣା ପାଇଁ ଇରାନ ନିଜକୁ ଦାୟୀ କରିଛି। ୟୁକ୍ରେନର ଯାତ୍ରୀବାହୀ ବିମାନଟି ଆକାଶରେ ଉଡ଼ୁଥିବା ବେଳେ ଏକ ଇରାନୀ ମିସାଇଲ ଭୁଲରେ ବିମାନଟିକୁ ଟାର୍ଗେଟ କରିଥିଲା। ଫଳରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହାକୁ ମାନବୀୟ ଭୁଲ୍ ବୋଲି କହିଛି ଇରାନ୍।

ୟୁକ୍ରେନ ଅନ୍ତର୍ଜାତୀୟ ବିମାନ ବୋଇଂ ୭୩୭-୮୦୦ ଉଡ଼ାଣ ଭରିବାର କିଛି ମିନିଟ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ବିମାନର କ୍ର୍ୟୁ ସଦସ୍ୟ ସହିତ ମୋଟ୍ ୧୭୬ ଜଣ ଯାତ୍ରୀ ଥିଲେ। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ଦେଶର ନାଗରିକ ଅଧିକାଂଶ ଥିଲେ। ମିସାଇଲ ମାଡ଼ ପାଇଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ପ୍ରଥମେ ଆକଳନ କରାଯାଉଥିଲା। ହେଲେ ଇରାନ ଏହାକୁ ସ୍ୱୀକାର କରିନଥିଲା।

ଏହାପରେ ଅଷ୍ଟ୍ରେଲିଆ ଏବଂ କାନାଡା ସରକାର ଇରାନ ଉପରେ ନିରନ୍ତର ଚାପ ପକାଇଥିଲା। ବ୍ରିଟେନ ଏବଂ କାନାଡା ସରକାର ଦୁର୍ଘଟଣାର କାରଣ ଇରାନର ମିସାଇଲ ମାଡ଼ ପାଇଁ ହୋଇଛି ବୋଲି କହିଥିଲେ। ଏହାପରେ ଆଜି ଇରାନ ବିଳମ୍ୱରେ ସତ ସ୍ୱୀକାର କରିଛି।

ସୂଚନାଯୋଗ୍ୟ, ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ୍ ଯୋଗେ ହତ୍ୟା କରିଛି। ଏହାପରେ ଇରାକରେ ଥିବା ଆମେରିକାର ଦୂତବାସ ଏବଂ ଏୟାରବେସ ପାଇଁ ଇରାନ ମିସାଇଲ ସାହାଯ୍ୟରେ ଆକ୍ରମଣ କରୁଛି। ଏହି ଆକ୍ରମଣ କରିବା ବେଳେ ୟୁକ୍ରେନର ବିମାନଟି ଆକାଶରେ ଉଡ଼ୁଥିବା ଦେଖି ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଥିଲା ବୋଲି ଜଣାପଡ଼ିଛି।



from Odisha Reporter https://ift.tt/37UBwj1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages