ଡାଭୋସ: ସ୍ୱିଜରଲ୍ୟାଣ୍ଡର ଓ୍ୱାର୍ଲଡ ଇକୋନମିକ ଫୋରମ ସମ୍ମିଳନୀରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିଛନ୍ତି। ଏହି ଭେଟଘାଟ ବେଳେ ଟ୍ରମ୍ପ ଏବଂ ଇମ୍ରାନ ଦୁଇ ଦେଶର ବ୍ୟବସାୟ ବାବଦରେ ଆଲୋଚନା କରିଛନ୍ତି। ଏହାବାଦ୍ ଇମ୍ରାନ୍ କଶ୍ମୀର ପ୍ରସଙ୍ଗ ଟ୍ରମ୍ପଙ୍କ ଆଗରେ ଉଠାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କଶ୍ମୀର ଉପରେ ଆମେରିକା ନଜର ରଖିଛି।
ଟ୍ରମ୍ପ କହିଛନ୍ତି, ପାକିସ୍ତାନ ସହ ମିଶି ଆମେରିକା ଅଧିକ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି। ଏହାବାଦ୍ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କଶ୍ମୀର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। କଶ୍ମୀରରେ କ’ଣ ହେଉଛି ସେ ବାବଦରେ ଆମେରିକା ନଜର ରଖିଛି।
ସୂଚନାଯୋଗ୍ୟ, କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆମେରିକା ଏହାକୁ ନେଇ ଦୋମୁହାଁ ନୀତି ରଖିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସାମ୍ନାରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଉଥିବା ବେଳେ ଭାରତ ସାମ୍ନାରେ କଶ୍ମୀର ଆଭ୍ୟନ୍ତରୀଣ ମାମଲା କହିଛନ୍ତି। ଦୁଇ ଦେଶ ଯଦି ରାଜି ହେବେ ତା’ହେଲେ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ରାଜି ରହିଛି ବୋଲି ଟ୍ରମ୍ପ କହିସାରିଛନ୍ତି। ହେଲେ ଏହା ଆଭ୍ୟନ୍ତରୀଣ ମାମଲା କହି ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଖାରଜ କରି ଦେଇଛି।
ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଯୌନ ଅପରାଧ ବଢ଼ିବା ପାଇଁ ବଲିଉଡ୍ ଦାୟୀ: ଇମ୍ରାନ୍
from Odisha Reporter https://ift.tt/36czZnb
No comments:
Post a Comment