ହରିଣ ମାଂସ ଜବତ, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

ହରିଣ ମାଂସ ଜବତ, ଜଣେ ଗିରଫ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଜମ୍ବୁ ବନ ବିଭାଗ ରେଞ୍ଜ ଅଫିସ ଅନ୍ତର୍ଗତ କଂଶାରଡିଆ ସଂରକ୍ଷିତ ଜଙ୍ଗଲରୁ ୧୦ କେଜି ହରିଣ ମାଂସ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ। ତାଙ୍କ ନାଁ ସୁନିଲ ପରମାଣିକ। ତାଙ୍କ ଘର ବତିଘର ଅଞ୍ଚଳ ବୋଲି ଜଣାପଡ଼ିଛି।

କଂଶାରଡିଆ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ହରିଣ ଶିକାର କରାଯାଉଥିବା ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ୧୦ କେଜି ହରିଣ ମାଂସ ଜବତ କରିଥିଲା। ଚଢ଼ଉ ବେଳେ ଦୁଇ ଜଣ ଶିକାରୀ ବନ ବିଭାଗକୁ ଚକମା ଦେଇ ଖସି ଯାଇଥିବା ବେଳେ ଅନ୍ୟ ଜଣେ ଶିକାରୀ ବନ ବିଭାଗ ହାତରେ ଧରା ପଡ଼ିଥିଲା।



from Odisha Reporter https://ift.tt/38xWHI9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages