‘ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଭାରତୀୟ ଦୂତାବାସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

‘ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଭାରତୀୟ ଦୂତାବାସ’

ନୂଆଦିଲ୍ଲୀ: ଚୀନରେ ବ୍ୟାପିଥିବା ଘାତକ କୋରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାପ୍ରକଟ କରିଛି। ଏଯାବତ ୫୬ ଲୋକଙ୍କ ଜୀବନ ଏହି ଭାଇରସ ନେଇଛି। ୨ ହଜାର ଲୋକ ଏହି ଭାଇରସର ଶିକାର ହୋଇ ଚିକିତ୍ସାଧୀନ ରହିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏ ନେଇ କହିଛନ୍ତି, ଚୀନରେ ଥିବା ଭାରତୀୟ ଦୂତାବାସ କୋରୋନା ଭାଇରସ ଉପରେ ନଜର ରଖିଛି। ସେଠାରେ ଥିବା ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଭାରତୀୟ ଦୂତାବାସ ନଜର ରଖିଛି। ଲୋକଙ୍କୁ ସହଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ଦୁଇଟି ହେଲ୍ପ ଲାଇନ୍ ନମ୍ୱର ମଧ୍ୟ ଜାରି କରାଯାଇଛି।

କୋରୋନା ଭାଇରସ ପ୍ରଭାବରେ ଥଣ୍ଡା-କାଶ ହୋଇଥାଏ। ହେଲେ ଏହା ଯଦି ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ)ର ଲକ୍ଷଣ ଭିତରକୁ ଆସିବ ତା’ହେଲେ ଏହା ଘାତକ ସାଜିଥାଏ। ୨୦୦୨-୦୩ରେ ଚୀନ ଏବଂ ହଙ୍ଗକଙ୍ଗରେ ପାଖାପାଖି ୬୫୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏହି କୋରୋନା ଭାଇରସ ପାଇଁ।



from Odisha Reporter https://ift.tt/3aIirCN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages