ସୋନମଙ୍କ ସହ ଘଟିଲା ଭୟାନକ ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ସୋନମଙ୍କ ସହ ଘଟିଲା ଭୟାନକ ଘଟଣା

ମୁମ୍ବାଇ: ସୋନମ କପୁରଙ୍କର ଆଜିକାଲି ଦିନ ଭଲ ଚାଲୁନାହିଁ। ଗତ କିଛି ଦି ତଳେ ସେ ଅଭିଯୋଗ କରିଥିଲେ ଯେ ଫ୍ଲାଇଟ୍‌ରେ ଲଣ୍ଡନ ଯିବାବେଳେ ତାଙ୍କ ଲଗେଜ୍‌ ବ୍ୟାଗ ହଜିଯାଇଥିଲା। ବର୍ତ୍ତମାନ ପୁଣି ଥରେ ତାଙ୍କ ସହ ଏମିତି କିଛି ହୋଇଛି ଯେଉଁଥିରେ ସେ ବହୁତ ଡରିଯାଇଛନ୍ତି।

ସୋନମ ଟ୍ୱିଟ୍‌ କରି ନିଜ ସହ ଘଟିଥିବା ଘଟଣା ବିଷୟରେ କହିଛନ୍ତି। ସେ ଲେଖିଛନ୍ତି ‘ମୁଁ ଲଣ୍ଡନ ଉବର କ୍ୟାବ୍‌ରେ କିଛି ଭୟାନକ ଅନୁଭବ କରିଲି। ଆପଣମାନେ ଧ୍ୟାନ ଦିଅନ୍ତୁ। ଭଲ ହେବ ଆପଣ ଲଣ୍ଡନର ଲୋକାଲ କ୍ୟାବ୍‌ ଓ ପବ୍ଲିକ୍‌ ଗାଡ଼ି ବ୍ୟବହାର କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ମୁଁ ବହୁତ ଡରିଯାଇଛି।’ ସୋନମଙ୍କ ଏହି ଟ୍ୱିଟ୍‌ ପରେ ତାଙ୍କ ପରିବାର ଲୋକ ବନ୍ଧୁଙ୍କ ସମେତ ଫ୍ୟାନମାନେ ତାଙ୍କୁ କ’ଣ ହୋଇଛି ବୋଲି ପଚାରିବାକୁ ଲାଗିଲେ। ଏହାପରେ ସୋନମ ଜବାବ ଦେଇ କହିଲେ, ‘କ୍ୟାବ୍‌ ଡ୍ରାଇଭର୍‌ ମାନସିକ ରୂପେ ଅସ୍ଥିର ଥିଲେ ଓ ଜୋର୍‌ ଜୋର୍‌ ସେ ମୋ ଉପରେ ଚିଲାଉଥିଲେ। ମୁଁ ଶେଷ ପର୍ଯ୍ୟନ୍ତ ବହୁତ ଡରିଯାଇଥିଲି।’

ସୋନମଙ୍କ ଏହି ଟ୍ୱିଟ୍‌ରେ ଉବର ଗ୍ଲୋବାଲ୍‌ ହେଲ୍ପ ଲାଇନ୍‌ ଜବାବ ଦେଇ ଲେଖିଛି, ‘ତାଙ୍କ ଗ୍ରାହକ ତାଙ୍କର କୌଣସି ଅସୁବିଧା ନେଇ ସିଧାସଳଖ ଅଭିଯୋଗ କରିପାରିବେ।’ ହେଲେ ଏହାର ଉତ୍ତରରେ ସୋନମ୍‌ କିଛି କହିନାହାନ୍ତି। ତେବେ ତାଙ୍କ ସହ ଘଟିଥିବା ଘଟଣା ଜାଣିବା ପରେ ଅନେକ ଲୋକ ସେ ଠିକ୍‌ ଅଛନ୍ତି କି ନାହିଁ ପଚାରୁଛନ୍ତି। ସମସ୍ତ ତାଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସୋନମ କପୁର ବ୍ରିଟିଶ୍‌ ଏୟାର୍‌ୱେଜ୍‌କୁ ନେଇ ଟ୍ୱିଟ୍‌ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ସେ ତୃତୀୟ ଥର ପାଇଁ ଏହି ଏୟାର୍‌ଲାଇନ୍‌ରେ ଯାତ୍ରା କରୁଛନ୍ତି ଓ ତାଙ୍କ ବ୍ୟାଗ ଦ୍ୱିତୀୟ ଥର ହଜିଯାଇଛି। ସେ ଆହୁରି କହିଥିଲେ ଯେ ଏଥିରୁ ତାଙ୍କୁ ଏକ ଶିକ୍ଷା ମିଳିଛି ଓ ସେ ଆଉ କେବେ ହେଲେ ଏହି ଏୟାର୍‌ ଲାଇନ୍‌ରେ ଯାତ୍ରା କରିବେ ନାହିଁ।

 

 



from Odisha Reporter https://ift.tt/388LSMm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages