ଜିଲ୍ଲାପାଳଙ୍କର ହେଲା ରାଜାଭିଷେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ଜିଲ୍ଲାପାଳଙ୍କର ହେଲା ରାଜାଭିଷେକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜିଲ୍ଲାପାଳଙ୍କର ହେଲା ରାଜାଭିଷେକ । ଗତକାଲି ଜଗତସିଂହପୁର ବ୍ଲକ‌୍‍ ଅନ୍ତର୍ଗତ ସିଦ୍ଧଳ ବଳଦେବଜୀଉ ମହାପ୍ରଭୁଙ୍କ ପବିତ୍ର ରାଜାଭିଷେକ ଉତ୍ସବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପରମ୍ପରା ଅନୁଯାୟୀ ନାଟ୍ୟମଣ୍ଡପଠାରେ ଠାକୁର ରାଜା ଭାବେ ରାଜାଭିଷେକ କରାଯାଇଥିଲା। ଏହି ଅବସରରେ ମନ୍ଦିର ଇତିବୃତ୍ତି ପାଠ କରାଯିବା ସହିତ ପାରାଦୀପ ବନ୍ଦର ଟ୍ରଷ୍ଟ ସହାୟତାରେ ନିର୍ମିତ ପାନ୍ଥ ନିବାସ ଏବଂ ମନ୍ଦିର ପରିଚାଳନା ବୋର୍ଡର ନୂତନ ୱେବ‌୍‍ସାଇଟ‌୍‍କୁ ଜିଲ୍ଲାପାଳ ଲୋକାର୍ପିତ କରିଥିଲେ।

ସୂଚନାଯୋଗ୍ୟ, ସିଦ୍ଧଳ ବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରତିବର୍ଷ ଠାକୁର ରାଜା ଭାବେ ରାଜାଭିଷେକ କରାଯାଇଥାଏ । ଏଥିସହ ଜିଲ୍ଲାପାଳ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରଥରେ ଛେରାପହଁରା କରିଥାନ୍ତି।



from Odisha Reporter https://ift.tt/2FKxmhD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages