ସଫଳ ଭାବରେ ଉତକ୍ଷେପଣ ହେଲା ଜିସାଟ୍-୩୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ସଫଳ ଭାବରେ ଉତକ୍ଷେପଣ ହେଲା ଜିସାଟ୍-୩୦

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଆଜି ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ୍-୩୦କୁ ୟୁରୋପିଆନ୍ ହେଭି ରକେଟ୍ ଏରିୟନ୍-୫ଇସିଏ ଦ୍ୱାରା ଉତକ୍ଷେପଣ କରିଛି। ଫ୍ରେଞ୍ଚ୍ ଗୁଏନାର କୋରୋଉ ଲଞ୍ଚପ୍ୟାଡ୍‌ରୁ ଏହି ଶକ୍ତିଶାଳୀ ଉପଗ୍ରହ ଲଞ୍ଚ କରିଛି। ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଏହି ଉତ୍‌କ୍ଷେପଣ କରାଯାଇଛି। ଏହି ସଞ୍ଚାର ଉପଗ୍ରହ ଇନସାଟ୍-୪ଏର ସ୍ଥାନ ନେବ। ଭାରତରେ ଟେଲିକମ୍ ଏବଂ ଇଣ୍ଟରନେଟ୍ ପାଇଁ ୨୦୦୫ରେ ଇନସାଟ୍-୪ଏ ଉତକ୍ଷେପଣ କରାଯାଇଥିଲା।

ଜିସାଟ୍-୩୦ର ଓଜନ ପ୍ରାୟ ୩୫୭ କିଲୋଗ୍ରାମ୍ ରହିଛି। ଏହି ଜିସାଟ-୩୦କୁ ମିଶାଇ ମହାକାଶରେ ଜିସାଟ୍ ସିରିଜର ୧୪ ନମ୍ୱର ଉପଗ୍ରହ ରହିଛି। ଏହି ଉପଗ୍ରହ ଉତ୍‌କ୍ଷେପଣ ହେବା ପରେ ଦେଶରେ ଡିଟିଏଚ୍, ମୋବାଇଲ୍ ନେଟଓ୍ୱର୍କ, ଇଣ୍ଟରନେଟ୍ ସ୍ପୀଡ଼ ସୁଦୃଢ଼ ହେବ। ଏହା ସହିତ ପାଣିପାଗ ସୂଚନା ମଧ୍ୟ ଆଗୁଆ ମିଳିପାରିବ। ଉଭୟ ଘରୋଇ ଟେଲିକମ୍ କମ୍ପାନୀ ଏବଂ ସରକାରୀ ଟେଲିକମ୍ କମ୍ପାନୀ ଏହି ଉପଗ୍ରହ ଦ୍ୱାରା ଲାଭବାନ ହେବେ। ଏହାର ଅବଧି ୧୫ ବର୍ଷ ରହିଛି।


from Odisha Reporter https://ift.tt/362TgHH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages