ମୁମ୍ବାଇ: ଟେଲି ଅଭିନେତା କୁଶାଲ ପଞ୍ଜାବୀଙ୍କ ଆତ୍ମହତ୍ୟା ଘଟଣାକୁ ମାତ୍ର କିଛି ଦିନ ହେଇଥିବାବେଳେ ଏବେ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ସିରିଏଲ୍ ‘ଦିଲ୍ ତୋ ହାପି ହୈ ଜି’ର ଅଭିନେତ୍ରୀ ସେଜଲ ଶର୍ମା ଗତକାଲି ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡ଼ିନାହିଁ।କୁହାଯାଉଛି, ଅନେକ ଦିନରୁ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ସମସ୍ୟା ଦେଇ ଗତି କରୁଥିଲା।
ସୂଚନା ଅନୁଯାୟୀ, ସେଜଲଙ୍କ ପରିବାର ଲୋକେ ଆଜି ତାଙ୍କ ମୃତ୍ୟୁ ବିଷୟରେ ଜାଣିଥିଲେ। ଆଜି ତାଙ୍କ ପରିବାର ଲୋକେ ପାର୍ଥିବ ଶରୀରକୁ ତାଙ୍କ ଜନ୍ମସ୍ଥାନ ଉଦୟପୁର ନେଇଯିବେ। ସେହିଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସେଜଲ୍ଙ୍କ ମୃତ୍ୟୁ ଖବର ପାଇ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି ତାଙ୍କ କୋଷ୍ଟାର୍ମାନଙ୍କୁ ଏ ଖବର ଖୁବ୍ ଦୁଃଖ ଦେଇଛି। ସେମାନେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୋଶାଲ୍ ମିଡିଆ ଜରିଆରେ ସେମାନଙ୍କ ଦୁଃଖକୁ ପ୍ରକାଶ କରିଛନ୍ତି।
ସେଜଲ୍ ଶର୍ମାଙ୍କ ପ୍ରଥମ ଟିଭି ସିରିଏଲ୍ ଥିଲା ‘ଦିଲ୍ ତୋ ହାପି ହୈ ଜି’। ଏଥିରେ ସେ ସିମ୍ମି କ୍ୟାରେକ୍ଟରରେ ଅଭିନୟ କରିଥିଲେ। ଏହାପୂର୍ବରୁ ତାଙ୍କୁ ଅନେକ ବିଜ୍ଞାପନ ଓ ୱେବ୍ ସିରିଜ୍ରେ ଦେଖିବାକୁ ମିଳିଥିଲା। ସେ ଆମୀର ଖାନ୍ଙ୍କ ସହ Vivo ଫୋନ୍ର ଏକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ। ତାଙ୍କ ଚର୍ଚ୍ଚିତ ୱେବ୍ ସିରିଜ୍ ହେଉଛି ‘ଆଜାଦ୍ ପରିନ୍ଦେ’।
from Odisha Reporter https://ift.tt/37qYpuz
No comments:
Post a Comment