ଏଥର ବିବି ହାଉସ୍‌ରୁ ବାହାରିବେ ଏହି ପ୍ରତିଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 24, 2020

ଏଥର ବିବି ହାଉସ୍‌ରୁ ବାହାରିବେ ଏହି ପ୍ରତିଯୋଗୀ

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ରେ ଏହି ସପ୍ତାହରେ ଅନେକ ଡ୍ରାମା ଓ କଳିଝଗଡ଼ା ଦେଖିବାକୁ ମିଳିଛି। ଫିନାଲେ ପାଖେଇ ଆସୁଥିବାରୁ ସମସ୍ତେ ନିଜର ଗେମ୍‌କୁ ମଜଭୁତ୍‌ କରିବା ପାଇଁ ନୂଆ ନୂଆ ଟ୍ରିକ୍‌ ଆପଣାଉଛନ୍ତି। ତେବେ ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ର ସମୟ ଆସିଯାଇଛି। ଆଉ ଏବେ ଶୋ’ରୁ ଆଉ ଜଣେ ପ୍ରତିଯୋଗୀଙ୍କୁ ବାହାରିବାକୁ ହେବ। ଆସନ୍ତୁ ଜାଣିବା ଶୋ’ର ଫିନାଲେ ପୂର୍ବରୁ କିଏ ଆଉଟ୍ ହେବେ।

ସୂଚନା ଅନୁଯାୟୀ, ଏଥର ‘ୱିକେଣ୍ଡ କା ବାର୍‌’ରେ ୱାଇଲ୍ଡକାର୍ଡ୍ ପ୍ରତିଯୋଗୀ ଶେଫାଳି ଜରିୱାଲା ଘରୁ ବାହାରିଯିବେ। ତେବେ ଏ ନେଇ ବିଗ୍‌ବସ୍‌ ତରଫରୁ କୌଣସି ଅନୁଷ୍ଠାନିକ ଘୋଷଣା ହୋଇନାହିଁ।

ଶେଫାଳିଙ୍କର ବିଗ୍‌ବସ୍‌ ଯାତ୍ରା କଥା କହିଲେ, ସେ ଜଣେ ଦମ୍‌ଦାର୍‌ ପ୍ରତିଯୋଗୀ ଥିଲେ। ସେ ସବୁବେଳେ ନିଜର ମତ ଖୋଲାଖୋଲି ରଖିଥା’ନ୍ତି। ଶୋ’ରେ ଏଣ୍ଟ୍ରି କଲାବେଳେ ସେ ସିଦ୍ଧାର୍ଥ ଶୁକ୍ଲାଙ୍କ ଗ୍ରୁପ୍‌ରେ ଥିଲେ। ହେଲେ ପରେ ସେ ଅସୀମ ରିୟାଜ୍‌ ଓ ହିମାଂଶି ଖୁରାନାଙ୍କ ସହ ବେଶି ମିଶିବାକୁ ଲାଗିଥିଲେ। ହେଲେ ହିମାଂଶି ଶୋ’ରୁ ଆଉଟ୍‌ ହେବା ପରେ ସେ ପୁଣିଥରେ ସିଦ୍ଧାର୍ଥ ଓ ପାରସ୍‌ଙ୍କ ଗ୍ରୁପ୍‌କୁ ଚାଲିଯାଇଥିଲେ।

ଏଥର ଘରୁ ବାହାରିବା ପାଇଁ ୭ ଜଣ ନୋମିନେଟ୍‌ ହୋଇଥିଲେ। ସେମାନଙ୍କ ମଧ୍ୟରେ ରଶ୍ମି ଦେଶାଇ, ବିଶାଲ ଆଦିତ୍ୟ ସିଂହ, ମାହିରା ଶର୍ମା, ଅସୀମ ରିୟାଜ, ଶେଫାଳି ଜରିୱାଲା, ପାରସ ଛାବ୍ରା ଓ ଆରତୀ ସିଂହ ଥିଲେ। ତେବେ ସବୁଠୁ କମ୍‌ ଭୋଟ୍ ଶେଫାଲି ଜରିୱାଲାଙ୍କୁ ମିଳିଥିଲା। ସିଦ୍ଧାର୍ଥ ଶୁକ୍ଲା ଓ ଶେହେନାଜ୍‌ ଗିଲ୍‌ ଏକ ଟାସ୍କ ଜରିଆରେ ନୋମିନେଟ୍‌ ହେବାରୁ ବର୍ତ୍ତି ଯାଇଛନ୍ତି।

ଗତ ସପ୍ତାହରେ ଶୋ’ରେ ହିଂସା ବଢ଼ାଇବାରୁ ମଧୁରିମା ତୁଲିଙ୍କୁ ଘରୁ ବାହାର କରି ଦିଆଯାଇଥିଲା। ତେଣୁ ଆଉ କାହାକୁ ଏଲିମିନେଟ୍‌ କରାଯାଇ ନଥିଲା। ହେଲେ ଏଥର ଏଲିମିନେସନ୍ ପ୍ରକ୍ରିୟା ଜାରି ରହିବ। ତେବେ ଏଥିରେ ଶେଫାଲି ଜରିୱାଲା ଆଉଟ୍ ହେଉଛନ୍ତି କି ନାହିଁ, ତାହା ଆଗାମୀ ଏପିସୋଡ୍‌ ଦେଖିଲା ପରେ ହିଁ ଜଣାପଡ଼ିବ।



from Odisha Reporter https://ift.tt/2tFBVaP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages