ପୌରପାଳିକାରେ ଜନ୍ମ ପ୍ରମାଣ ପତ୍ର ପାଇଁ ବୟସ୍କଙ୍କ ଲମ୍ୱା ଲାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ପୌରପାଳିକାରେ ଜନ୍ମ ପ୍ରମାଣ ପତ୍ର ପାଇଁ ବୟସ୍କଙ୍କ ଲମ୍ୱା ଲାଇନ୍

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ପରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ସାଧାରଣ ନାଗରିକମାନେ ଏକ ନୂଆ ଅସୁବିଧାର ସାମ୍ନା କରୁଛନ୍ତି। ଏହି ଅସୁବିଧା ହେଉଛି ନିଜ ଜନ୍ମ ତାରିଖର ପ୍ରମାଣ ପତ୍ରକୁ ନେଇ। ସରକାର ଏନପିଆର ଏବଂ ଏନଆରସି ମଧ୍ୟରେ କୌଣସି ସମ୍ପର୍କ ନଥିବା କହିଥିଲେ ବି ସରକାରଙ୍କ କଥାକୁ ବିଶ୍ୱାସ କରି ପାରିନାହାନ୍ତି ବୟସ୍କ ବ୍ୟକ୍ତି। ତେଣୁ ନିଜ ଜନ୍ମ ତାରିଖର ପ୍ରମାଣ ପତ୍ର ନେବା ପାଇଁ ପୌରପାଳିକା ଅଫିସରେ ଏବେ ବୟସ୍କ ଲୋକମାନେ ଧାଡ଼ି ଧରି ଛିଡ଼ା ହେଉଥିବା ଦେଖିବାକୁ ମିଳିଛି।

ଏଭଳି ସ୍ଥିତି ଗୁଜରାଟର ଅହମଦାବାଦ, ବାରଣାସୀ, ଗୋରଖପୁର ଏବଂ ମାଲେଗାଁଓ ଭଳି ସହରରେ ଦେଖିବାକୁ ମିଳିଛି। ଲୋକଙ୍କ ଭିଡ଼କୁ ଦେଖି ନଗରପାଳିକାରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଅଡ଼ୁଆରେ ପଡ଼ିଛନ୍ତି।

ଅହମଦାବାଦ ନଗର ପାଳିକା ଅଧିକାରୀ କହିଛନ୍ତି, ଡିସେମ୍ୱର ୩୦ ସୁଦ୍ଧା ହାରାହାରି ପ୍ରତିଦିନ ୨୦୦ ଜଣ ଜନ୍ମ ପ୍ରମାଣ ପତ୍ର ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ଏହି ସଂଖ୍ୟା ୨୦ ମଧ୍ୟରେ ରହୁଥିଲା। ଡିସେମ୍ୱର ୨୪ରେ ଏନପିଆରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେବା ପରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଛି। ତେଣୁ ପ୍ରମାଣ ପତ୍ର ଦେବାରୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ସେହିପରି ଅହମଦାବାଦର ହସ୍ପିଟାଲ କର୍ତ୍ତୃପକ୍ଷ ଚିରାଗ ଶାହ କହିଛନ୍ତି, ଜନ୍ମ ତାରିଖ ପ୍ରମାଣ ପତ୍ର ପାଇଁ ୧୯୫୦ ମସିହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମଧ୍ୟ ଅନେକ ରହିଛନ୍ତି। ଏନପିଆରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେବା ପରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଛି। ଯେଉଁଥିରେ ଅଧିକାଂଶ ମୁସଲମାନ ରହିଛନ୍ତି।

ମହାରାଷ୍ଟ୍ରର ମାଲେଗାଁଓ ନଗରପାଳିକା ଏବଂ ସ୍ଥାନୀୟ ଅଦାଲତରେ ଜନ୍ମ ପ୍ରମାଣ ପତ୍ର ପାଇଁ ଆବେଦନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ମାଲେଗାଁଓର ସାମାଜିକ କର୍ମୀ କହିଛନ୍ତି. ନିର୍ବାଚନ ବେଳେ ଅନେକ ଭୋଟରଙ୍କ ଜନ୍ମ ତାରିଖରେ ଭୁଲ୍ ରହିଥିଲା। ତେଣୁ ଏହାକୁ ସଂଶୋଧନ କରିବାକୁ ସ୍ଥାନୀୟ ନେତାମାନେ କହିଥିଲେ। ଏବେ ଏନପିଆର ଏନଆରସି ନେଇ ଦେଶରେ ଚର୍ଚ୍ଚା ହେଉଥିବାବେଳେ ନିଜ ଜନ୍ମ ପ୍ରମାଣପତ୍ରକୁ ଠିକ୍ କରିବା ଏବଂ ଜନ୍ମ ପ୍ରମାଣ ପତ୍ର ନଥିଲେ ତିଆରି କରିବା ପାଇଁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଯାଇଛି।

କୋଲକାତା ନଗରପାଳିକାରେ ଥିବା ସ୍ୱାସ୍ଥ୍ୟ ଅଧିକାରୀ ସୁବ୍ରତ ବାନାର୍ଜୀ କହିଛନ୍ତି, ଲଗାତାର ତିନି ହେବ ଜନ୍ମ ପ୍ରମାଣ ପତ୍ର ନେଇ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଛି। ଏବେ ପ୍ରତିଦିନ ହାରାହାରି ୨୫୦ ଜଣ ନିଜ ଜନ୍ମ ତାରିଖ ନେଇ ଆବେଦନ କରୁଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ଅନେକ ବୟସ୍କ ରହିଛନ୍ତି। ପଶ୍ଚିମବଙ୍ଗ, କେରଳ, କଂଗ୍ରେସ ଶାସିତ ରାଜ୍ୟ ସମେତ କିଛି ରାଜ୍ୟ ଏନପିଆରକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ହେଲେ ବି ପଶ୍ଚିମବଙ୍ଗର ଲୋକମାନେ ମମତାଙ୍କ କଥାକୁ ବିଶ୍ୱାସ କରୁନଥିବା ପରିଲକ୍ଷିତ ହୋଇଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କର୍ମକ୍ଷେତ୍ର ଗୋରଖପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଦୈନିକ ୧୫୦ ଜଣ ବ୍ୟକ୍ତି ଜନ୍ମ ତାରିଖ ପ୍ରମାଣ ପତ୍ର ପାଇଁ ଆବେଦନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ମଧ୍ୟ ପ୍ରତିଦିନ ୩୦୦ ଲୋକ ଜନ୍ମତାରିଖ ପ୍ରମାଣ ପତ୍ର ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/36jhsqd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages