‘ଦୋଷୀଙ୍କୁ ବିଳମ୍ୱରେ ଫାଶୀ ହେଲେ କେଜ୍ରିଓ୍ୱାଲ ସରକାର ଦାୟୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

‘ଦୋଷୀଙ୍କୁ ବିଳମ୍ୱରେ ଫାଶୀ ହେଲେ କେଜ୍ରିଓ୍ୱାଲ ସରକାର ଦାୟୀ’

ନୂଆଦିଲ୍ଲୀ: ୧୬ ଡିସେମ୍ୱର ୨୦୧୨ ମସିହାରେ ହୋଇଥିବା ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମା ରାଜକ୍ଷମା ପାଇଁ ଆବେଦନ କରିଛି। ତେଣୁ ୨୨ ତାରିଖରେ ୪ ଦୋଷୀଙ୍କ ବିରୋଧରେ ହେବାକୁ ଥିବା ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଏହାକୁ ନେଇ ଶାସକ ଦଳ ଆମ୍ ଆଦମୀ ପାର୍ଟି ଓ କେନ୍ଦ୍ରର ଶାସକ ଦଳ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି। ଏହାରି ଭିତରେ ଫାଶୀ ବିଳମ୍ୱ ହେଲେ କେଜ୍ରିଓ୍ୱାଲ ସରକାର ଦାୟୀ ରହିବେ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି। ଅନ୍ୟପଟେ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ବିଳମ୍ୱିତ ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି।

ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ୨୦୧୨ରେ ମୋ ଝିଅ ମାମଲାରେ ଯେଉଁମାନେ ରାସ୍ତାକୁ ଓହ୍ଲାଇ ନ୍ୟାୟ ପାଇଁ ଦାବି କରୁଥିଲେ ଆଜି ସେମାନେ ଏହି ପ୍ରସଙ୍ଗରେ ରାଜନୀତିକ ଫଇଦା ଉଠାଉଛନ୍ତି। ସରକାର ଚୁପ୍, କୋର୍ଟ ଚୁପ୍, ଆଇନରେ ଢ଼ିଲା ବ୍ୟବସ୍ଥା ରହିଛି। ୨୦୧୭ରେ ସୁପ୍ରିମକୋର୍ଟ ଶୁଣାଣି କରିସାରିଥିଲେ। ଏହାପରେ ଫାଶୀ ଦଣ୍ଡାଦେଶ ପାଇଁ ବିଳମ୍ୱ କାହିଁକି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ତୁରନ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଅନୁରୋଧ କରିଛନ୍ତି।

ନିର୍ଭୟାଙ୍କ ବାପା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, “ନିର୍ଭୟା ମାମଲା ପଡ଼ି ରହିଥିଲା। ଆମେ ନ୍ୟାୟ ପାଇଁ ତତ୍ପରତା ଦେଖାଇବାରୁ ଦିଲ୍ଲୀ ସରକାର ମାମଲାକୁ ଆଗକୁ ବଢ଼ାଇଛନ୍ତି। ସେମାନେ ଆବେଦନ କରିବା ପୂର୍ବରୁ ଦିଲ୍ଲୀ ସରକାର କାହିଁକି ଜେଲ ପ୍ରଶାସନକୁ ଫାଶୀ ବାବଦରେ ନୋଟିସ କରିନଥିଲା। ଯଦି ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ତାହେଲେ ଏଥିପାଇଁ କେଜ୍ରିଓ୍ୱାଲ ସରକାର ଦାୟୀ ରହିବେ”।



from Odisha Reporter https://ift.tt/2NBzpZL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages