ପୋଖରୀରେ ନବଜାତକର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ପୋଖରୀରେ ନବଜାତକର ମୃତଦେହ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କନ୍ୟା ଭ୍ରୁଣ ହତ୍ୟା ଘଟଣାକୁ ନେଇ ନୟାଗଡ଼ ଜିଲ୍ଲା ସମଗ୍ର ଦେଶରେ ବଦନାମ ହୋଇସାରିଥିବା ସତ୍ତ୍ୱେ ଏଠାରେ ଏପରି ଲଜ୍ଜାଜନକ ଘଟଣା ଥମିବା ନାଁ ଧରୁନି । ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳୁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଅଧୀନ କରବର ଗାଁରେ ଦେଖିବାକୁ ମିଳିଛି। ଏହି ଗାଁର ଏକ ପୋଖରୀରେ ଏକ ନବଜାତକର ମୃତଦେହ ପଲିଥିନରେ ବନ୍ଧା ହୋଇ ଭାସୁଥିବା ଦେଖିବାକୁ ମିଳିଛି । ତେବେ କିଏ ଏଭଳି କାଣ୍ଡ ଭିଆଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଖବର ପାଇ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ୍‌ ପହଞ୍ଚି ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ଗତ ୧୪ ତାରିଖରେ ମଧ୍ୟ ଖଣ୍ଡପଡା ଏନଏସିର  ଦୁଇ ନମ୍ବର ୱାର୍ଡର ଏକ ମସଜିଦ ନିକଟରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁରମାନେ ଖାଉଥିବାର ଦେଖିବାକୁ ମିଳିଥିଲା ।

୪ ମାସ ପୂର୍ବେ ନୟାଗଡ଼ ସଦର ମହକୁମାର ଏକ କ୍ଲିନିକରେ ଭ୍ରୁଣ ହତ୍ୟା ହେଉଥିବା ଖବର ପାଇ ପ୍ରଶାସନ ଏକ କ୍ଲିନିକକୁ ସିଲ କରିଥିଲା।  ଏହାସତ୍ତ୍ୱେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏନେଇ ଚର୍ଚ୍ଚା ଜୋର ଧରିଛି ।



from Odisha Reporter https://ift.tt/2NxppR6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages